February 8, 2026
Home » ପୁରୀ ବାଇପାସ୍‌ରେ ‘ତୃପ୍ତିକିଆ’ର ନୂତନ ସୋରୁମ୍ ଉଦ୍‌ଘାଟିତ

ପୁରୀ ବାଇପାସ୍‌ରେ ‘ତୃପ୍ତିକିଆ’ର ନୂତନ ସୋରୁମ୍ ଉଦ୍‌ଘାଟିତ

0
vlcsnap-2025-04-18-17h48m32s238

ଭୁବନେଶ୍ୱର: ତୃପ୍ତିକିଆର ନୂତନ ସୋରୁମ୍ ସ୍ଥାନୀୟ ପୁରୀ ବାଇପାସ୍‌ରୋଡ୍ ଶିରିଡି ସାଇ ମନ୍ଦିର ଛକ ନିକଟରେ ଉଦ୍‌ଘାଟିତ ହୋଇଛି। ଏହା ତୃପ୍ତକିଆର ଦ୍ୱିତୀୟ ସୋରୁମ୍ ଅଟେ୍ । କିଆ ଇଣ୍ଡିଆର ବରିଷ୍ଠ ଉପଦେଷ୍ଟା କ୍ୟୁଙ୍ଗ୍ ମିନ୍ କିମ୍ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦ୍‌ଘାଟନ କରିଥିଲେ। କିଆ ଇଣ୍ଡିଆର ଆରଜିଏମ୍ ସୁପ୍ରିଥ୍ ଆର୍‌, ଏଏସ୍‌ଏମ୍ ଅଂଶୁମାନ ଦାଶ ଉପସ୍ଥିତ ଥିଲେ।

ସଂପ୍ରତି ରାଜଧାନୀର ଯେଭଳି କଳେବର ଯେଭଳି ବୃଦ୍ଧି ପାଉଛି ପୁରୀ ବାଇପାସ୍ ରୋଡ୍ ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳି ପାଲଟିଛି। ତେଣୁ ଗ୍ରାହକଙ୍କୁ ଅଧିକରୁ ଅଧିକ ସେବା ଯୋଗାଇବା ପାଇଁ ଏଠାରେ ସୋରୁମ୍ ର ଆବଶ୍ୟକ ଥିଲା ବୋଲି ତୃପ୍ତିକିଆର ପରିଚାଳନା ନିର୍ଦ୍ଦେଶକ ବଦ୍ରିନାରାୟଣ ସାମନ୍ତରାୟ ପ୍ରକାଶ କରିଥିଲେ। ଜିଏମ୍ ଗୋପାଲ ସିଂ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *