ପୁରୀ ବେଳାଭୂମିରେ ୫ ଟି ଜାହାଜ

ପୁରୀ ବେଳାଭୂମିରେ ଆଜି ଦେଖିବାକୁ ମିଳିଥିଲା ୫ ଟି ଜାହାଜ ।ତେବେ ଏହା ଯୁଦ୍ଧ ଜାହାଜ କି ମାଛ ଧରା ବଡ ଟ୍ରଲର ତାହା ସ୍ପଷ୍ଟ ହୋଇ ନାହିଁ। ବିଭିନ୍ନ ସମୟରେ ବେଳାଭୂମିରେ ନୌସେନା ପକ୍ଷରୁ ରୁଟିନ ଅଭ୍ୟାସ କରାଯାଇଥାଏ।ସେହିପରି ତଟରକ୍ଷୀ ବିଭାଗ ଓ ମାରାଇନ୍ ପୋଲିସ ପକ୍ଷରୁ ମଧ୍ୟ ସମୁଦ୍ରରେ ପୋଟ୍ରୋଲିଂ କରାଯାଇଥାଏ। ଆଜି ପୁରୀ ଦିଗବାରିଣୀ ଛକ ସମୁଦ୍ରର କିଛି ଦୂରରେ ୫ ରୁ ଅଧିକ ଜାହାଜ ଦୃଶ୍ୟମାନ ହୋଇଥିଲା । ଗତବର୍ଷ ଡିସେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଭାରତୀୟ ନୌସେନା ଦିବସ ପୁରୀ ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଭାରତୀୟ ନୌସେନା ପକ୍ଷରୁ ଯୁଦ୍ଧ ଜାହାଜ ନିଜ ଶକ୍ତି ଓ ପରାକ୍ରମ ପ୍ରଦର୍ଶନ କରିଥିଲା।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ