ପୁରୀ ମହୋତ୍ସବ ଆସନ୍ତା ୨୦, ୨୧ ତାରିଖରେ ଅନୁଷ୍ଠିତ ହବ
ଶ୍ରେକ୍ଷେତ୍ରରେ କଳା ଓ ସଂସ୍କୃତିକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ ଓ ପ୍ରସାର କରିବା ପାଇଁ ଚଳିତ ବର୍ଷ ଡିସେମ୍ବର ମାସର ତା.୨୦ଓ ୨୧ ରିଖରେ ଦୁଇଦିନ ବ୍ୟାପି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ମହୋତ୍ସବ ଅନୁଷ୍ଠିତ ହେବ ଏ ସମ୍ପର୍କରେ ଏକ ସାମ୍ବାଦିକ ସମିଳନୀରେ ସ୍ଥାନୀୟ ହାଲିଡ଼େ ରିସଟର ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ପୃଷ୍ଟ ପୋଷାକ ରାଜ୍ୟ ସଭା ସଂସଦ ସୁବାଶିଷ ଖୁଣ୍ଟିଆ ଏ ସମ୍ପର୍କରେ କହିଲେ ଯେ ଶ୍ରୀମନ୍ଦିର ସହିତ ଜଡିତ ଓଡିଶୀ ନୁର୍ତ୍ୟ, ମାହାରୀ ନୁର୍ତ୍ୟ, ଗୋଟିପୁଅ ନୁର୍ତ୍ୟ ଆଦି ପ୍ରଥମ ଦିବସରେ ଅନୁଷ୍ଠିତ ହେବ, ଦ୍ୱତୀୟ ଦିବସରେ ଯାଗା ଆଖଡ଼ା ପକ୍ଷରୁ ନାଗ,ମେଢ଼ ଆଦି ଅନ୍ୟାନ୍ୟ କଳା କୌଶଳ ପଦର୍ଶିତ ହେବାସହ ବିଚରେ ଭଲିବଲ, ମାଲଖମ୍ବ, ଡଗ ଅଫ ୱାର ଓ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହବବୋଲି ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ସମ୍ପାଦକ ଲଷ୍ମୀ ନାରାୟଣ ପୃଷ୍ଟି, କ୍ରୀଡା ସଂସଦର ସମ୍ପାଦକ ରବି ନାରାୟଣ ପ୍ରତିହାରୀ, କୃଷ୍ଟ ଚନ୍ଦ୍ର ପଣ୍ଡା, ଶ୍ୟାମ ସୁନ୍ଦର ମହାପାତ୍ର ମଂଚାସୀନ ଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
