March 15, 2025
Home » ପୁରୀ ରେ ଏଡ଼ସ ସଚେତନତା ଶୋଭାଯାତ୍ରା

ପୁରୀ ରେ ଏଡ଼ସ ସଚେତନତା ଶୋଭାଯାତ୍ରା

0

ଅସଂଯତ ଜୀବନ ଶୈଳୀ ଓ ଅପ୍ରାକୃତିକ ଯୌନ ସଂପର୍କ ରୁ ଦୂରରେ ରହି,ଏକ ଶୃଙ୍ଖଳିତ ଜୀବନ ଯାପନ ଭାରତବର୍ଷକୁ ୨୦୩୦ ମସିହା ସୁଦ୍ଧା ଏଡ଼ସ ମୁକ୍ତ କରିପାରେ ବୋଲି ମତପ୍ରକାଶ ପାଇଛି। ଡିସେମ୍ବର ପହିଲା ବଦଳରେ,ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗ୍ରସ୍ତ କୁ ଦୃଷ୍ଟିରେ ରଖି, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ବିଶ୍ଵ ଏଡସ୍ ଦିବସର ଏକଦିନ ପୂର୍ବରୁ ପାଳନ ହୋଇଛି ବିଶ୍ଵ ଏଡସ୍ ଦିବସ।

ଏଥିପାଇଁ ସକାଳୁ ଗୁଣ୍ଡିଚା ମନ୍ଦିର ଠାରେ ଡାକ୍ତର ବିରଜା ଶଂକର ରଥ ସଚେତନ ଶୋଭାଯାତ୍ରା କୁ ଉଦଘାଟନ କରିବା ପରେ, ଏହି ଶୋଭାଯାତ୍ରା ବାହାରି ପୁରୀ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ପରେପରେ ଡାକ୍ତର ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ସୁଦର୍ଶନ ପୋଥାଳ,, ଡାକ୍ତର ଅଶୋକ ମିଶ୍ର,ଯକ୍ଷ୍ମା ଓ ଏଡ଼ସ କମିଟିର ବରିଷ୍ଠ ସଦସ୍ୟ ଵଦ୍ରି ମିଶ୍ର,ମିନତୀ ପରିଡା,ଅଲିଭା ସାହୁ,ଟି.ନାରାୟଣ ରାଓ,ବାବୁଲା ପ୍ରସାଦ,ଦୀପା ସାହୁ, ଦେବକୀ ମାଆ,ଅଶୋକ ସାହୁ,କେ.ଲକ୍ଷ୍ମୀ, ପ୍ରିୟଙ୍କା ନର୍ସିଂ କଲେଜର ଡକ୍ଟର ବାବୁଲା ବେହେରା, ଅତିଥି ଭାବେ ଯୋଗଦେଇ, ଭାରତବର୍ଷ ରେ ପାଖାପାଖି ୨୪ଲକ୍ଷ, ଓଡ଼ିଶା ରେ ୪୬ହଜାର, ଗଞ୍ଜାମ ଜିଲାରେ ୧୫ହଜାର ଏଡ଼ସ ରୋଗୀ ରହିଥିବା ବେଳେ, ପୁରୀ ରେ ଏହାର ସଂଖ୍ୟା ନଗଣ୍ୟ ଅର୍ଥାତ୍ ମାତ୍ର ୭ଶହ ହୋଇଥିଲେହେଁ,ଧର୍ମ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀ କୁ ପ୍ରତ୍ୟହ ବିଭିନ୍ନ ଦେଶବିଦେଶର ଭକ୍ତ ଓ ପର୍ଯ୍ୟଟକ ଆସୁଥିବାରୁ,ଏଡସ୍ ସଂକ୍ରମଣ ର ପ୍ରତିରୋଧ କରିବାକୁ ସମସ୍ତ ଜନସାଧାରଣ ସଚେତନ ରହିବା ପ୍ରଧାନ ଆବଶ୍ୟକତା ବୋଲି କହିଥିଲେ ।

ସଂଯୋଜକ ସୁଦର୍ଶନ ଜେନା, ଦୁଃଖିଶ୍ୟାମ ପଟ୍ଟନାୟକ, ଦୈତ୍ୟାରି ପଟ୍ଟନାୟକ ଓ ଦେବାଶିଷ ମର୍ଦ୍ଦରାଜଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ନିଗ୍ଧା ପଟ୍ଟନାୟକ, ନିବେଦିତା ଦାସ,ରଶ୍ମୀତା ମହାନ୍ତି ଓ ଶୈଳବାଳା ମିଶ୍ର ସହଯୋଗ କରିଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *