March 8, 2026
Home » ପୁରୀ ର ଅମ୍ରିତ୍ ମହାପାତ୍ର (୨୫) upsc ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ୧୨୧ ରାଙ୍କ ହାସଲ

ପୁରୀ ର ଅମ୍ରିତ୍ ମହାପାତ୍ର (୨୫) upsc ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ୧୨୧ ରାଙ୍କ ହାସଲ

0
WhatsApp Image 2026-03-08 at 2.04.25 PM

Upsc ରେଜଲ୍ଟ ପ୍ରକାଶ ପାଇଛି। ତେବେ ପୁରୀ ର ଅମ୍ରିତ୍ ମହାପାତ୍ର (୨୫) upsc ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ୧୨୧ ରାଙ୍କ ହାସଲ କରିଛନ୍ତି। ଯାହାକୁ ନେଇ ଅମ୍ରିତ୍ ଙ୍କ ପରିବାର ରେ ଖୁସିର ଲହରୀ ଖେଳିଯାଇଛି। ଏହି ସଫଳତା ପାଇଁ ଅମ୍ରିତ୍ ଙ୍କ ପରିବାର ଲୋକେ ଅମ୍ରିତ୍ ଙ୍କ କଠିନ ପରିଶ୍ରମ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ କୁ ଶ୍ରେୟ ଦେଇଛନ୍ତି। ତେବେ ଅମ୍ରିତ୍ ନିଜ ପ୍ରତିକ୍ରିୟାରେ କୁହନ୍ତି, ଏହି ସଫଳତା ପାଇଁ ମୁଁ ବହୁତ୍ ଖୁସି। ୧୨୧ ରାଙ୍କ ହାସଲ କରି ମୁଁ ବହୁତ୍ ଖୁସି। ଆଶା ଠାରୁ ମୁଁ ବହୁତ୍ କିଛି ଅଧିକ ପାଇଛି। ଯେଉଁ ମାନେ upsc ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କୁ ମୁଁ କହିବି କଠିନ ପରିଶ୍ରମ କରନ୍ତୁ। କିନ୍ତୁ ପରିଶ୍ରମ କୁ ସ୍ମାର୍ଟ ଉପାୟରେ କରନ୍ତୁ। କେଉଁଠି ଦୁର୍ବଳତା ରହୁଚି ତାହା ଚିହ୍ନଟ କରନ୍ତୁ। କେଉଁ ସବଜେକ୍ଟ କୁ କେତେ ସମୟ ଦେବେ ତାହା ନିର୍ଦ୍ଧାରଣକରି ଲକ୍ଷ୍ୟ ପଥରେ ଆଗେଇ ଚାଲନ୍ତୁ। ମୁଁ ଯେହେତୁ ଚାକିରି କରୁଚି ତେଣୁ ଦିନକୁ ୩ ରୁ ୫ ଘଣ୍ଟା ପଢ଼ିବା ପାଇଁ ସମୟ ମିଳୁଥିଲା। ତେବେ ଦିନକୁ ୬ ଘଣ୍ଟା ରୁ ଅଧିକ ସମୟ ପଢ଼ୁଥିଲି। ତେବେ ଦ୍ବିତୀୟ ପ୍ରଚେଷ୍ଟା ରେ ଏହି ସଫଳତା ମୁଁ ପାଇଛି।୨୦୨୪ ରେ ଚେଷ୍ଟା କରିଥିଲି। କିନ୍ତୁ ସଫଳ ହୋଇ ନଥିଲି। ୨୦୨୫ ରେ ମୁଁ ପୁଣି upsc ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ୨୦୨୬ ରେ ସଫଳ ହେଲି। ତେବେ ସଫଳତା ହାସଲ କରିବାକୁ ହେଲେ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ତାହା ହେଲେ ସଫଳତା ମିଳିବ। ତେବେ upsc ରେ ସଫଳତା ପାଇବାକୁ ହେଲେ ମୁଁ କହିବି ସ୍ବତନ୍ତ୍ର ଯୋଜନା କରି ଆଗେଇବାକୁ ପଡ଼ିବ । ଅନେକ upsc ପାଇଥିବା ଅଧିକାରୀ ଙ୍କ ସହ ଆଲୋଚନା କରି କିଭଳି ପ୍ରସ୍ତୁତି କରିବାକୁ ହୁଏ ତାହା ଶିକ୍ଷା ନେଇଥିଲି। ତେବେ ସରକାର ଯେଉଁ ଦାୟିତ୍ଵ ଦେବେ ତାହା ନିଷ୍ଠାର ସହ କରିବା ମୋର ଲକ୍ଷ୍ୟ ରହିଚି।ପୁରୀ ମାଟିମଣ୍ଡପ ସାହିର ବାସିନ୍ଦା ତଥା ସୂଚନା ଲୋକ ସମ୍ପର୍କ ବିଭାଗ ର ଉପନିର୍ଦେଶକ ଭାବେ କାର୍ଯ୍ୟ ରୁ ଅବସର ନେଇଥିବା ଲଲାଟେନ୍ଦୁ ମହାପାତ୍ର ଓ ସବିତା ମିଶ୍ର ଙ୍କ ପୁତ୍ର ହେଉଛନ୍ତି ଅମ୍ରିତ୍ ମହାପାତ୍ର (୨୫)। ଅମିତ୍ ପୁରୀ ର ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲ ରୁ ଦଶମ, ଭୁବନେଶ୍ଵର ୟୁନିଟ ୮ ଡିଏଭି ସ୍କୁଲ ରେ ଦ୍ଵାଦଶ, ବିଜେବି କଲେଜରେ ସୋସିଓଲୋଜି ଅନର୍ସ ରେ ଶିକ୍ଷା ଲାଭ ପରେ ଦିଲ୍ଲୀ ରେ institute for policy research study ରେ ରିସର୍ଚ୍ଚ ଫେଲୋ ଭାବେ କାର୍ଯ୍ୟ କରୁଛନ୍ତି।ଅମିତ୍ ଙ୍କ ବାପା ଲଲାଟେନ୍ଦୁ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଅମ୍ରିତ୍ ଙ୍କ ସଫଳତା କୁ ନେଇ ଆମ ପରିବାର ରେ ଖୁସିର ମାହୋଲ ଖେଳିଯାଇଛି। ଅମିତ୍ ତାର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁ ଏହି ସଫଳତା ହାସଲ କରିଛି।ସେ ପିଲାଦିନୁ ଏକ ନିର୍ଦ୍ଦିଷ୍ଟ ଯୋଜନା କୁ ସଫଳ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରେ।୨୦୨୪ ରେ ସେ ଯେତେବେଳେ opsc ୪୬ ରାଙ୍କ ପାଇବାରେ ସଫଳ ହେଲା ହେଲେ ଚାକିରି ରେ ଯୋଗ ଦେଲା ନାହିଁ। ତାର ଲକ୍ଷ୍ୟ ଥିଲା upsc ହାସଲ କରିବା । ଭରତୀୟ ପ୍ରଶାସନିକ ସେବା ରେ ଯେହେତୁ ଅଧିକ ସେବା କରିବାର ସୁଯୋଗ ରହିଛି ଏଣୁ ସେ upsc ପାଇଁ ପ୍ରସ୍ତୁତି କରିଥିଲା। ଦିନକୁ ୫ ରୁ ୬ ଘଣ୍ଟା ସେ ପଢୁଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଯୋଜନା ନେଇ ପଢ଼ୁଥିଲା। ଏହାହିଁ ତାକୁ ସଫଳତା ଦେଇଚି। ନିଶ୍ଚିତ ଭାବେ ଯେଉଁ ମାନେ କଠିନ ପରିଶ୍ରମ କରୁଛନ୍ତି ଓ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି ଏବଂ ଶୃଙ୍ଖଳିତ ଭାବେ ସବୁ କିଛି କରୁଛନ୍ତି ସେମାନେ ନିଶ୍ଚିତ ସଫଳ ହେବେ। ପ୍ରଭୁ ଜଗନ୍ନାଥଙ୍କ ଅଶେଷ କରୁଣା ଓ କୃପା ରୁ ଅମିତ୍ ଏହି ସଫଳତା ହାସଲ କରିଛି। ସବୁ ମହାପ୍ରଭୁ ଙ୍କ ଆଶୀର୍ବାଦ ରୁ ସମ୍ଭବ ହୋଇଚି। ମୁଁ ଆଜି ବହୁତ୍ ଖୁସି।

Leave a Reply

Your email address will not be published. Required fields are marked *