October 16, 2024
Home » ପୁରୀ ର ନୂତନ ଏସପି ବିନୀତ ଅଗ୍ରୱାଲ ଆଜି କାର୍ଯ୍ୟରେ ଯୋଗଦେଲେ

ପୁରୀ ର ନୂତନ ଏସପି ବିନୀତ ଅଗ୍ରୱାଲ ଆଜି କାର୍ଯ୍ୟରେ ଯୋଗଦେଲେ

0

 

ଆଜି ଵିଧିବଦ୍ଧ ଭାବେ ପୁରୀର ନୂଆ ଏସପି ଦାୟିତ୍ୱ ଗ୍ରହଣ କରିଛନ୍ତି ଭିନୀତ ଅଗ୍ରୱାଲ  | ପୁରୀ କୁ ସମ୍ପୂର୍ଣ ନିଶା ମୁକ୍ତ କରାଯିବ ବ୍ରାଉନ ସୁଗାର ବେପାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଦାୟିତ୍ୱ ଗ୍ରହଣ କରି ନୂତନ ଏସପି ବିନୀତ ଅଗ୍ରୱାଲ କହିଛନ୍ତି | ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତି ପାଇଥିବାରୁ ସେ ନିଜକୁ ଧନ୍ୟମନେ କରିଥିବା ପତିକ୍ରିୟା ଦେଇଛନ୍ତି l

 

ପୁରୀ ଏକ ପବିତ୍ର ଧାମ ହୋଇଥିବାରୁ ପୁରୀରେ କୌଣସି ଅପରାଧ କୁ ସହ୍ୟ କରାଯିବ ନାହିଁ l ପୁରୀରେ କୌଣସି ପ୍ରକାର ହିଂସା,ନିଶା କାରବାର, ଦାଦାବଟି ସହ କୌଣସି ପ୍ରକାର ଅପରଧି କାର୍ଯ୍ୟକଳାପକୁ ସ୍ଥାନ ଦିଆଯିବ ନାହିଁ l ବିଶେଷ କରି ମହିଳା ଓ ଶିଶୁ ସୁରକ୍ଷା ଉପରେ ପ୍ରାଥମିକ ଦିଆଯିବ l କିପରି ଜିରୋ କ୍ରାଇମ ପୁରୀ ଗଠନ ହେବ ସେ ନେଇ କାମ କରିବୁ l ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ସହ ଭିଡ଼ ନିୟନ୍ତ୍ରଣ କିପରି କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ l ଆଗକୁ ଦୁର୍ଗାପୂଜା,ରଥଯାତ୍ରା ସହ ଅନେକ ଯାନିଯାତ୍ରା କିପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଏହି ଯାନୀଯାତ୍ରା କୁ ଶ୍ରଦ୍ଧାକୁ ମାନେ କିପରି ଉପଭୋଗ କରିପାରିବେ ତା ପ୍ରତି ପୁରୀ ପୋଲିସ କାର୍ଯ୍ୟ କରିବ l ସେବାୟତ ଙ୍କ ସହ ଉତ୍ତମ ସମନ୍ୱୟ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ   ଉପରେ ଗୁରୁତ୍ୱ ଦିଆଯିବ ବୋଲି ଏସ ପି କହିଛନ୍ତି।

Leave a Reply

Your email address will not be published. Required fields are marked *