July 5, 2025
Home » ପୁରୀ ସାମ୍ବାଦିକ ମାନଙ୍କୁ ଆକ୍ରମଣ ପ୍ରତିବାଦରେ ରାୟଗଡ଼ା ଏସପି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ସାମ୍ବାଦିକ ସଙ୍ଘଙ୍କ ସ୍ମାରକ ପତ୍ର ପ୍ରଦାନ

ପୁରୀ ସାମ୍ବାଦିକ ମାନଙ୍କୁ ଆକ୍ରମଣ ପ୍ରତିବାଦରେ ରାୟଗଡ଼ା ଏସପି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ସାମ୍ବାଦିକ ସଙ୍ଘଙ୍କ ସ୍ମାରକ ପତ୍ର ପ୍ରଦାନ

0
WhatsApp Image 2025-04-08 at 12.24.17 PM

ଶ୍ରୀକ୍ଷେତ୍ର ମନ୍ଦିର ସିଂହଦ୍ଵାର ସମ୍ମୁଖରେ ସେବାୟତଙ୍କ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ବାଦଲ ତା ଙ୍କ ନେତୃତ୍ୱରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ପୋଲିସ ଉପସ୍ଥିତିରେ ସେବାୟତଙ୍କ ମାଡ଼ ମାରି ତାଙ୍କୁ ହାତ ଧରି ଘୋଷାଡି ନେବା ସହ ଅଶ୍ଳୀଳ ଓ ଅଶାଳୀନ ଭାଷା ପ୍ରୟୋଗ କରି ଗାଳି ଗୁଲଜ କରି ଅତି ନ୍ୟୁନ ଭାବେ ଦୁର୍ବ୍ୟବହାର କରିବା ସହ ସଂଘବଧ ଭାବେ ଆକ୍ରମଣ ହୋଇଥିଲା । ଏଥିସହ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ସେବାୟତଙ୍କ ସଂଘବଧ ଆକ୍ରମଣରେ ଜଣେ କ୍ୟାମେରା ମ୍ୟାନ୍‌ ମଧ୍ୟ ଆହତ ହୋଇ ଚିକିତ୍ସା ହେଇଥିବା ବେଳେ ମହିଳା ସାମ୍ବାଦିକା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସିତ ହୋଇଥିଲେ ।
ସୂଚନା ମୁତାବକ ଶ୍ରୀ ମନ୍ଦିର ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ କଡ ଟଙ୍କା ଭକ୍ତଙ୍କ ନିକଟରୁ ଆଦାୟ କରି ନେଇ ଭକ୍ତମାନଙ୍କୁ ଛାଡୁଥିବା ଅଭିଯୋଗ ପରେ ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଣୁ ମହିଳା ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଥିବା ବେଳେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *