ପୁରୁଣାଗଡ଼ର ପ୍ରଚୀନ ମନ୍ଦିର ମା’ ଡଙ୍ଗରଦେଈ, ମା’ ଦକ୍ଷିଣକାଳୀ, ଗଙ୍ଗାମା’, ଭୈରବୀ ଯାତ୍ରା ଆରମ୍ଭ
ପ୍ରତି ଦୁଇ ବର୍ଷରେ ଥରେ ଆରମ୍ଭ ହେଉଥିବା ପ୍ରସିଦ୍ଧ ଘଣ୍ଟଯାତ୍ରା ୦୭/୦୪/୨୫ ତାରିଖରେ ସୋମବାର ଦିନ ଦେବୀମାନଙ୍କ ଘଣ୍ଟଯାତ୍ରା ପାଇଁ ତିନୋଟି ମନ୍ଦିରରୁ ଆଜ୍ଞାମାଳ ଭୀକ୍ଷା କରାଯିବା ପରେ ପୁରୁଣାଗଡ଼ର ପ୍ରଚୀନ ମନ୍ଦିର ମା’ ଡଙ୍ଗରଦେଈ, ମା’ ଦକ୍ଷିଣକାଳୀ, ଗଙ୍ଗାମା’, ଭୈରବୀ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଯାତ୍ରା ଉତ୍ସବ ୧୨/୦୪/୨୫ ତାରିଖ ପର୍ଯ୍ୟନ୍ତ ବହୁତ୍ ଧୁମଧମରେ ପାଳିତ ହେବା । ଆଜ୍ଞାମାଳ ମିଳିବା ପରେ ବିରାଟ ଶୋଭାଯାତ୍ରାରେ ଦେବୀଙ୍କ ପ୍ରତୀକ ଘଣ୍ଟ, ଫୁଲ ଚାଙ୍ଗୁଡ଼ି, ପାଟଖଣ୍ଡା ଆଦିକୁ ନବ ନିର୍ମିତ ଘଟଗୁଡ଼ିକ ଆଣିସ୍ଥାପନ କରାଯାଇଥିଲା। ମା’ଙ୍କ ଯାତ୍ରା
ପଥରେ ମହିଳାମାନେ ପଣା, ମୁଆଁ ଆଦି ନାନା ପ୍ରକାର ଭୋଗ ଲାଗି କରିଥିଲେ। ସୋମବାର ଦିନ କିଛି ସମୟ ବିଶ୍ରମ କରିବା ପରେ ସନ୍ଧ୍ୟାରେ ଜୟପୁରର ବିଭିନ୍ନ ସାହିରେ ଭ୍ରମଣ କରିବାକୁ ବାହରିଥିଲେ।
ପରମ୍ପରା ଅନୁସାରେ ସୋମବାର ପୂର୍ବାହ୍ନରେ ଡଙ୍ଗରଦେଈ ମନ୍ଦିରରେ ପ୍ରଥମେ ଅଜ୍ଞାମାଳ ପ୍ରାର୍ଥନା କରିବାକୁ ପୂଜାର୍ଚ୍ଚନା ପରେ ପରଜା ସମ୍ପ୍ରଦାୟର ପୂଜକ ମା’ ଅଜ୍ଞାମାଳ ପ୍ରଦାନ କରିଥିଲେ।
ତା’ପରେ ଗଙ୍ଗାମା’ ଏବଂ ଶେଷରେ ଦକ୍ଷିଣକାଳୀଙ୍କ ଆଜ୍ଞାମାଳ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା। ତିନୋଟି ମନ୍ଦିରରୁ ଆଜ୍ଞାମାଳ ଅପରାହ୍ନ ୪ ଘନ୍ତିକ ସମୟରେ ମିଳିଥିଲା। ଏହି ପବିତ୍ର ଘଣ୍ଟଯାତ୍ରାରେ ଜନଜାତି ଓ ଅଣଜନଜାତିର ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
