ପୁର୍ବ ଶତ୍ରୁତାକୁ ନେଇ ଯୁବକକୁ ନିର୍ମମହତ୍ୟା

ପୁର୍ବ ଶତ୍ରୁତାକୁ ନେଇ ଯୁବକକୁ ନିର୍ମମହତ୍ୟାକୁ ନେଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ସାମନାରେ ପ୍ରତିବାଦ କଲେ ପରିବାରର ଅଞ୍ଚଳବାସୀରାୟଗଡ଼ା ସହରରେ ଏକ ଯୁବକକୁ ନିର୍ମମହତ୍ୟାକୁ ନେଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ସାମନାରେ ପ୍ରତିବାଦ କଲେ ପରିବାରର ଅଞ୍ଚଳବାସୀ । ରାସ୍ତା ଅବରୋଧ କରିବା ଯୋଗୁଁ ଥାନାର ଉଭୟ ପାର୍ଶ୍ଵରେ ଅଟକି ରହିଛି ସହ ସହ ଗାଡ଼ି । ମିଳିଥିବା ସୂଚନା ମୁତାବକ , ଗତ କିଛି ଦିନ ତଳେ କୌଣସି କାରଣରୁ ରୋହିତ କିଛି ଯୁବକଙ୍କ ସହ ବୋଚସା କରିଥିଲେ ,କିନ୍ତୁ ପରେ ଉଭୟ ପାର୍ଶ୍ଵରେ ବୁଝାମଣାରେ ସମାଧାନ ହୋଇଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ରାୟଗଡା ସହରରେ ଅଗ୍ନିଶମ ବିଭାଗ ପଛରେ ଥିବା ଖେଳ ପଡ଼ିଆରେ ରାୟଗଡା ସହର ମହିଳା ମହାବିଦ୍ୟାଳୟ ପଛପଟେ ଥିବା ହରିଜନ ବସ୍ତି ନିବାସୀ ୨୬ ବର୍ଷୀୟ ରୋହିତ ଥାପା ଖେଳୁଥିବା ସମୟରେ ତାଙ୍କୁ ତିନି ଜଣ ଯୁବକ ଆସି ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ସେ ଅଚେତ ହୋଇଥିବା ବେଳେ ତୁରନ୍ତ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସାଧୀନ ଅବସ୍ଥାରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ହତ୍ୟାକାଣ୍ଡ ଘଟଣା ପରେ ପରିବାର ସଦସ୍ୟ ରାୟଗଡା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଛଅ ଜଣଙ୍କୁ ରାୟଗଡ଼ା ଥାନାରେ ଅଟକ ରଖି ପଚରାଉଚରା କରୁଛି।
ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ଓ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ବସ୍ତି ବାସିନ୍ଦାମାନେ ଜିଦ୍ ଧରିଥିବା ବେଳେ ହତ୍ୟାର ୧୭ ଘଣ୍ଟା ହୋଇଯାଇଥିବା ସତ୍ତ୍ୱେ ରାୟଗଡ଼ା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ। ତେଣୁ ଗୁରୁବାର ସକାଳେ ମୃତକଙ୍କ ପରିବାର ସହ ବସ୍ତି ବାସିନ୍ଦାର ଶତାଧିକ ଲୋକ ରାୟଗଡ଼ା ଥାନା ଘେରାଉ କରିବା ସହ ରାୟଗଡା ଟାଉନ ଥାନା ମୁହଁରେ ରାସ୍ତା ଅବରୋଧ କରିଵା ଫଳରେ ଥାନା ଉଭୟ ପାର୍ଶ୍ଵ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଗାଡି ରାସ୍ତାରେ ଅଟକି ରହିଥିଲା।
ଉକ୍ତ ହତ୍ୟାକାଣ୍ଡ ମାମଲାରେ ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା କହିଛନ୍ତି ରାୟଗଡ଼ା ଏସଡିପିଓ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ