October 23, 2025
Home » ପୁଲିସ ଏସଆଇ ପରୀକ୍ଷା ଘଟଣା: ସୁବର୍ଣ୍ଣପୁର ଜିଲ୍ଲାର ୨ ଗିରଫ l

ପୁଲିସ ଏସଆଇ ପରୀକ୍ଷା ଘଟଣା: ସୁବର୍ଣ୍ଣପୁର ଜିଲ୍ଲାର ୨ ଗିରଫ l

0
WhatsApp Image 2025-10-06 at 3.00.31 PM (1)

 

ସୁବର୍ଣ୍ଣପୁର — ନିକଟରେ ଘଟିଥିବା ଓଡ଼ିଶାର ବହୁଚର୍ଚ୍ଚିତ ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ଜାଲିଆତି ମାମଲା ରେ ସୁବର୍ଣ୍ଣପୁର ଜିଲ୍ଲା ରୁ ଦୁଇ ଜଣ ଗିରଫ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇ ଜଣ ଙ୍କୁ ପୁଲିସ ଗିରଫ କରିଛି । ଯେଉଁମାନେ ଏହି ଜାଲିଆତି ଘଟଣା ରେ ସହଯୋଗୀ ଥିଲେ ବୋଲି ଜଣାପଡିଛି ।

ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି କିରଟି ସାହୁ l ସେ ସୁବର୍ଣ୍ଣପୁର ଜିଲ୍ଲା ଟିକୁଡ଼ା ଗ୍ରାମର ବାସିନ୍ଦା ଅଟନ୍ତି । ଅନ୍ୟ ଜଣେ ହେଉଛନ୍ତି ପ୍ରଭାତ କୁମାର ବିଶ୍ୱାଳ । ସେ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଥାନା ଅଧିନସ୍ଥ କୁହିବାହାଳ ଗ୍ରାମର ବାସିନ୍ଦା ଏବଂ ତାଙ୍କର ଡାକଘର ହେଉଛି ମହଦା । ଏହି ଦୁଇ ଜଣ ଦଲାଲଙ୍କ ଉପରେ ଅଭିଯୋଗ ରହିଛି ଯେ, ସେମାନେ ପରୀକ୍ଷାର୍ଥୀମାନଙ୍କୁ ଜାଲିଆତି ମାଧ୍ୟମରେ ସହାୟତା ପ୍ରଦାନ କରୁଥିଲେ। ଏପରି ଜାଲିଆତିରେ ସେମାନେ ପ୍ରଶ୍ନପତ୍ର ଲିକ୍ କରିବା, ନକଲି ଉତ୍ତର ପ୍ରଦାନ କରିବା କିମ୍ବା ଅନ୍ୟାନ୍ୟ ଅନୈତିକ ପଦ୍ଧତି ଅବଲମ୍ବନ କରି ପରୀକ୍ଷାର୍ଥୀ ମାନଙ୍କୁ ସହାୟତା କରୁଥିଲେ ବୋଲି ଜଣାପଡିଛି ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *