ପୁଲିସ ଭୟରେ ଗଞ୍ଜେଇ ଭର୍ତ୍ତି କାର ଛାଡି ଚାଳକ ଫେରାର : କାର ଜବତ କରି ତଦନ୍ତ କରୁଛି ପୁଲିସ l

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଦେଇ ବିନିକା – ରାମପୁର – ପଣ୍ଡକିଟାଲ କେନାଲ ରାସ୍ତାରେ ଗଞ୍ଜେଇ ମାଫିଆଙ୍କ ପାଇଁ ଭଲ ବାଟ ଥିଲା ଚୋରା ଗଞ୍ଜେଇ ନେଇ ଫେରାର ମାରିବାକୁ କିନ୍ତୁ କିଛିଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ର ଯୋର ଦାର ଚଢାଉ ଫଳରେ ଗଞ୍ଜେଇ ମାଫିଆଙ୍କ ନିଦ ହଜିଛି । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାଲେପାଲି ଗାଁ ସ୍ଥିତ ବନ୍ଧ ଆଡିରେ ଏକ ମାରୁତି ବ୍ରେଜା କାରକୁ ରାମପୁର ପୁଲିସ ଜବତ କରିଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଚାଲାଣ ସନ୍ଦେହ ନେଇ ରାମପୁର ବିନିକା ପୁଲିସ ଏକ ମାରୁତି ବ୍ରେଜା କାର କୁ ଗୋଡ଼େଇ ଥିଲେ । ତେବେ ପାଖାପାଖି ୩୦ କିମି ଗୋଡ଼େଇଲା ପରେ ଉକ୍ତ କାର ଚାଳକ ରାମପୁର ଥାନା ସାଲେପାଲି ଗାଁ ମଧ୍ୟକୁ ଦ୍ରୁତ ଗତିରେ ପଶିଯାଇ ଥିବା ବେଳେ ଗାଁ ମୁଣ୍ଡ ବନ୍ଧ ଆଡିକୁ ଯାଇଥିଲେ କିନ୍ତୁ ଆଉ ବାଟ ନ ପାଇ ଚାଳକ କାରକୁ ଲକ କରି ଛାଡି ଫେରାର ମାରିଥିଲା । ଘଟଣା ସ୍ଥଳରେ ରାମପୁର , ବିନିକା,ଡୁଙ୍ଗୁରିପାଲି, ମେଣ୍ଡା ଫାଣ୍ଡି ପୋଲିସ ପହଞ୍ଚି ଗାଡିକୁ ଜବତ କରିଥିଲେ । ପରେ ଖବର ପାଇ ଘଟଣା ସ୍ଥଳକୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଏସ୍ଡ଼ିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ , ରାମପୁର ତହସିଲଦାର ତଥା ମାଜିଷ୍ଟ୍ରେଟ ବିମଲ କିଶୋର ପାତ୍ର ପହଞ୍ଚିଲା ପରେ ଉକ୍ତ କାରକୁ ରାମପୁର ଥାନାକୁ ଅଣା ଯାଇଥିଲା ଏବଂ କାର ମଧ୍ୟରୁ ଗଞ୍ଜେଇ ବସ୍ତା ଏବଂ ପ୍ୟାକେଟ ବାହାରକରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରଯାଇଥିଲା |ତେବେ ଏଥିରୁ ୧ କୁଇଣ୍ଟାଲ ୭୪ କେଜି ଗଞ୍ଜେଇ ବାହାରିଥିଲା | ତେବେ ଏନେଇ ରାମପୁର ଥାନାରେ ଏକ ମାମଲା ରୁଜୁ କରି ଅତ୍ୟଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ରାମପୁର ଥାନା ଆଇଆଇସି ପଦ୍ମାସିନୀ ମେହେର | ତେବେ ସୁବର୍ଣ୍ଣପୁରରୁ ବିନିକା ରାମପୁର ଏବଂ ଭୀମଟିକିରା ଗଜବନ୍ଧ କେନାଲ ରାସ୍ତା ଦେଇ ବହୁ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ବେଲେ ଏଵେ ପୁଲିସ ପକ୍ଷରୁ ଗଞ୍ଜେଇ ଧର ପଗଡ଼ ଅଭିଯାନ ଜୋର ହେଉଥିବାରୁ ପ୍ରତିଦିନ କୌଣସି ନା କୌଣସି ଥାନା ଅଧୀନରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଗାଡି ଜବତ ହେଉଥିବା ଖବର ମିଳୁଛି । ସୁବର୍ଣ୍ଣପୁର ପୁଲିସ ପକ୍ଷରୁ ମଧ୍ୟ ଜୋରଦାର ଅଭିଯାନ ଆରମ୍ଭ ହେବାରୁ ଏଵେ ଗଞ୍ଜେଇ ମାଫିଆ ମାନେ ଚିନ୍ତା ରେ ପଡିଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…