July 5, 2025
Home » ପୁସ୍ତକ ମେଳା “କବି ଲେଖକ ଓ ପାଠକ ମାନଙ୍କ ମିଳନ ସ୍ଥଳ “

ପୁସ୍ତକ ମେଳା “କବି ଲେଖକ ଓ ପାଠକ ମାନଙ୍କ ମିଳନ ସ୍ଥଳ “

0
WhatsApp Image 2024-11-05 at 9.27.27 AM

ବ୍ରହ୍ମପୁର ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳାର ଚତୁର୍ଥ ରଜନୀରେ କବି ଓ ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳା କବି ସାହିତ୍ୟିକଙ୍କ ମିଳନ ସ୍ଥଳ ବୋଲି କହିଥିଲେ । ଏହି ପୁସ୍ତକ ମେଳାରେ ସମସ୍ତ ପ୍ରକାର ପୁସ୍ତକ ମିଳିଥାଏ , ପାଠକ ମାନଙ୍କୁ ମନ ମୁତାବକ ବହି ମିଳିଥାଏ ଵୋଲି ଶ୍ରୀମତୀ ଦଳେଇ କହିଥିଲେ ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ହରେକୃଷ୍ଣ ପଣ୍ଡା ଯୋଗଦେଇ ପୁସ୍ତକ ମେଳାର ଆଭିମୁଖ୍ୟ ବିଷୟରେ କହିଥିବାବେଳେ ବରିଷ୍ଠ ସାମ୍ବାଦିକ ତଥା ବୁଦ୍ଧିଜୀବୀ ଶକ୍ତିଧର ରାଜଗୁରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋରନା ପରବର୍ତ୍ତୀ ପର୍ଯ୍ୟରେ ବହୁ ଲେଖକ ସୃଷ୍ଟି ହୋଇଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ ।


ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ବିଜୟ କୁମାର ପାଣିଗ୍ରାହୀ ,ଦୀନବନ୍ଧୁ ବେହେରା,ପଞ୍ଚାନନ ସାବତ ଙ୍କୁ ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା ।ଏଥି ସହ ଲେଖକ ଖିରମଣି ବେହେରାଙ୍କ “ପ୍ରବନ୍ଧ ଚୟନ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ।

କବି ଅଜିତ କୁମାର ସାବତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ,ଶ୍ରୀମତୀ ଦୀପ୍ତି ମିତା ମହାପାତ୍ର ,ପ୍ରଫୁଲ ତ୍ରିପାଠୀ ,ନିହାର ରଞ୍ଜନ ଦାଶ,କପିଳ ମହାନ୍ତି,ସୁଧାଞ୍ଜଳି ମିଶ୍ର, ବାଲ୍ମୀକି ମହାପାତ୍ର ,ସୁଶାନ୍ତ ଦାଶ ପ୍ରମୁଖ ପରିଚାଳନା କରିଥିଲେ । କବି ସତ୍ୟମ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପୁସ୍ତକମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *