December 20, 2025
Home » ପୁସ୍ତକ ସଦାକାଳ ସତ୍ୟ ଓ ଚିରନ୍ତନ

ପୁସ୍ତକ ସଦାକାଳ ସତ୍ୟ ଓ ଚିରନ୍ତନ

0
WhatsApp Image 2025-12-20 at 2.15.47 PM

ଭୁବନେଶ୍ୱର-ପୁସ୍ତକ ସଦାକାଳ ସତ୍ୟ ଓ ଚିରନ୍ତନ ର ପ୍ରତୀକ। ରାଜ୍ୟ ପୁସ୍ତକ ମହୋତ୍ସବର ବାଜି ରାଉତ ମଞ୍ଚରେ ଅତିଥି ମାନେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ। ଏହି ମଞ୍ଚ ରେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବତଥା ପ୍ରଥିତ ଯଶା ଗାଳ୍ପିକ, ତରୁଣ କାନ୍ତି ମିଶ୍ର, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ବ ରଞ୍ଜନ, ବୟୋଜ୍ୟେଷ୍ଠ ଲେଖିକା ବନୋଜ ଦେବୀ, ବରିଷ୍ଠ ପ୍ରଶାସକ ଦେବ ପ୍ରସାଦ ଦାସ, ଡକ୍ଟର ସଂଘମିତ୍ରା ମିଶ୍ର, ଡକ୍ଟର ଜୟନ୍ତୀ ରଥ, ଓଡ଼ିଶା ସାହିତ୍ୟ ଏକାଡେମୀ ର ସଚିବ ଡକ୍ଟର ଚଂଦ୍ର ଶେଖର ହୋତା, ପ୍ରମୁଖ ଯୋଗଦେଇ ପୁସ୍ତକ ଅତ୍ୟନ୍ତ ଉପାଦେୟ ଏବଂ ଏହା ଏକ ଇତିହାସର ମାନ୍ୟତା ରଖେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ଦ୍ଵାରା ରଚିତ ଏହି ପୁସ୍ତକ ରେ ପଞ୍ଚଷଠି ଜଣ ବହୁ ବିଶିଷ୍ଟ ଲେଖିକା ମାନଙ୍କର କୃତୀ, ସ୍ଵୀକୃତି, ଓ ସମ୍ମାନ ସ୍ଥାନପାଇଛି, ଉଣେଇଶ ଚୌତ୍ରିଶି ମସିହା ଠାରୁ ଦୁଇହଜାର ପଚିଶ ମସିହା ପର୍ଯ୍ୟନ୍ତ ଲେଖିକା ମାନଙ୍କର ଜୀବନର ଗାଥା ଏହି ପୁସ୍ତକର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ଏହି ଉତ୍ସବରେ ବରିଷ୍ଠ ଲେଖିକା ପ୍ରଫେସର ଡକ୍ଟର ଅର୍ଚ୍ଚନା ନାୟକ, ଚଲାପଥର ସମ୍ପାଦକ ହଳଧର ଧୀର, ବାଙ୍ଗାଲୋର ଇସ୍ରୋର ବୈଜ୍ଞାନିକ ଡ କାର୍ତ୍ତିକ ଚନ୍ଦ୍ର ସାଇଁ, ଲେଖକ ଅମୂଲ୍ୟ ଦାଶ, ଡକ୍ଟର ସୁଷମା ମିଶ୍ର, ଡକ୍ଟର ଅପରାଜିତା ମହାନ୍ତି, ଡକ୍ଟର ପ୍ରବୀଣା ମହାନ୍ତି, ବ୍ରହ୍ମପୁରରୁ ଡକ୍ଟର ବିଧୁପ୍ରଭା ରଥ, ଡକ୍ଟର ସୂଚନା ପାଢ଼ୀ, ଭଦ୍ରଖରୁ ଝରଣା ପଟ୍ଟନାୟକ, ଯାଜପୁରରୁ ଭୁବନ ମୋହନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବେଦପାଠ କରିଥିଲେ ସଲିଳା ମହାନ୍ତି, ଶୁଭ୍ରା ନନ୍ଦ, ତରୁଣବାଳା ମହାପାତ୍ର ଏବଂ ମଧୁସ୍ମିତା ଦାସ । ମଞ୍ଚ ପରିଚାଳନା କରିଥିଲେ ରମାଦେବୀର ଅଧ୍ୟାପିକା ଡ ସରୋଜିନୀ ପାଣି ।

Leave a Reply

Your email address will not be published. Required fields are marked *