July 5, 2025
Home » ପୂଜ୍ୟ ପୂଜା ପୂଜନ ଓ ପରିବେଶ ସୁରକ୍ଷା କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ l

ପୂଜ୍ୟ ପୂଜା ପୂଜନ ଓ ପରିବେଶ ସୁରକ୍ଷା କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ l

0
WhatsApp Image 2025-03-23 at 4.57.56 PM

ସୁବର୍ଣ୍ଣପୁର —ରବିବାର ଦିନ ସୁବର୍ଣ୍ଣପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମଧ୍ୟରେ ଡକ୍ଟର ଆର୍ତ୍ତତ୍ରାଣ ବାବୁ ଙ୍କ ସଭାପତିତ୍ବରେ ” ପୂଜ୍ୟ ପୂଜା ପୂଜନ ଓ ପରିବେଶ ସୁରକ୍ଷା”କୁ ନେଇ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ସାରସ୍ବତ ଉତ୍ସବରେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ଼ଃ. ଜ୍ୟୋତି ରଞ୍ଜନ ବହିଦାର, ମୁଖ୍ୟ ଅତିଥି ଡକ୍ଟର ସନ୍ତୋଷ କୁମାର ପାଢ଼ୀ ,ଯୋଗାଳୟ ସଭାପତି ହରିହର ଶତପଥୀ , ଡ଼ଃ. ଅନିରୁଦ୍ଧ କୁରକୁରିଆ , ଡ଼କ୍ଟର ଶ୍ରୀଧର ବାଗ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୂଜ୍ୟ ପୂଜା ପୂଜନ ଏବଂ ପରିବେଶ ସୁରକ୍ଷା ଉପରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବେଦ ମନ୍ତ୍ର ପାଠ କରିଥିଲେ ପଣ୍ଡିତ ଶତ୍ରୁଘ୍ନ ହୋତା ଓ ବିଭୂତି ଭୂଷଣ ଶତପଥୀ । ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ, ସଭା ସଂଯୋଜନା କରିଥିଲେ ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ଡଃ.ଦ୍ଵିତୀକୃଷ୍ଣ ପଣ୍ଡା । ଉକ୍ତ ପାବନ ମୁହୂର୍ତ୍ତରେ ବରିଷ୍ଠ ଯୋଗୀ ସଚିଦାନନ୍ଦ ନାୟକ ସପତ୍ନୀକ ବୈଦିକ ଯଜ୍ଞରେ କର୍ତ୍ତା ସାଜି ସ୍ୱର୍ଗୀୟ ପିତା ତଥା ସ୍ଵାଧୀନତା ସଂଗ୍ରାମୀ ଦୁର୍ଯ୍ୟୋଧନ ନାୟକ ଏବଂ ମାତା ମାଧବୀ ଦେବୀଙ୍କର ପ୍ରତିମୂର୍ତ୍ତି ମର୍ତ୍ତ୍ୟ ବୈକୁଣ୍ଠରେ ପ୍ରତିଷ୍ଠିତ କରାଇଥିଲେ । ଏଥିରେ କୃଷ୍ଣା ବଡ଼ପଣ୍ଡା , ରେଣୁକା ପଣ୍ଡା, ପ୍ରେମାନନ୍ଦ ନାୟକ, ମଞ୍ଜୁଶ୍ରୀ ବାବୁ, ପୁଷ୍ପାଞ୍ଜଳି ପୁରୋହିତ, ସାନୁଜିତ୍,ସୁଜିତ୍ ,ନିହାର ଅବଧେଶ,ଆଭାସ , ଆଶିଷ, ଶକ୍ତିସ୍ଵରାଜ , ଲିପୁନ୍ ପ୍ରମୁଖ ତାଙ୍କ ପୁଅ ବୋହୁ ଝିଅ ଜ୍ୟୋଇଁ ନାତି ନାତୁଣୀ ସହିତ ସମସ୍ତ ବନ୍ଧୁ ପରିଜନ ସମଗ୍ର ଯୋଗାଳୟ ଯୋଗୀଗଣ ଯୋଗ ଦେଇ ଦିବଂଗତ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଡଃ.ଦ୍ଵିତୀକୃଷ୍ଣ ପଣ୍ଡା,ମଞ୍ଜୁଶ୍ରୀ ବାବୁ, ସୁବର୍ଣ୍ଣ ଶତପଥୀ ସୁଲଳିତ କଣ୍ଠରେ ଭଜନ ଗାୟନ କରିଥିବାବେଳେ ଅନେକ ଶିଶୁ ପ୍ରତିଭା ଗୀତ ନାଚ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ପକାଇଥିଲେ ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *