ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ଲାଇଫି ବର୍ଷେ

ତିର୍ତ୍ତୋଲ ବ୍ଲକ ଅଧିନସ୍ତ ଏରସମା ମଣିଜଙ୍ଗା ରାସ୍ତାରେ ଅଧିକାଂଶ ସ୍ଥାନରେ ଗତ ଦୁଇଦିନ ତଳେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମାତ୍ରାଧିକ ଗାଡି ଯାତାୟତ ପାଇଁ ପିଚୁ ତାଡିହୋଇ ପ୍ରାୟ ୨ରୁ ୩ ପୁଟ ଗାତ ହୋଇଛି । ଏହି ମୁଖ୍ୟ ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଚଳାଚଳ ହେଉଥିବାରୁ ଗାତରେ ଗାଡି ପଡି ବହୁ ସମୟରେ ଦୃଘଟଣା ଘଟୁଥିବା ନଜର କୁ ଆସୁଛି । ଏହି ରାସ୍ତା ଦେଇ ଏରସମା ରୁ ଦୈନିକ ବହୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଓ ସ୍କୁଲ ପିଲାଙ୍କ ଗାଡି ଯାତାୟତ କରନ୍ତି । ଏରସମା ମଣିଜଙ୍ଗା ରାସ୍ତାର ନୂଆପୋଖରି, ପୁରୀଜେନା ଛକ, ଜଗନ୍ନାଥପୁର ନାଳପୋଲ,ଶଗବାରିଆ ଦଳିତ ସାହି ଓ ଇବ୍ରିସିଂପାଖ ଇତ୍ୟାଦି ରାସ୍ତାରେ ବଡ଼ ବଡ଼ ଖାଲ ହୋଇ ଗାଡି ଚକା ପଡି ବହୁଯାତ୍ରୀ ଦୃଘଟଣା ର ଶିକାର ହେଉଛନ୍ତି । କିନ୍ତୁ ସରକାର ବଦଳିବା ପରେ ରାସ୍ତା ମରାମତି କରିବାକୁ କାହାର ଆଗ୍ରହ ନଥିବା ଦେଖିବାକୁ ପରିଲକ୍ଷିତ ହେଉଛି । ଏହି ବାବଦରେ ସ୍ଥାନୀୟ ଅଧିକାରୀ ଙ୍କୁ ପଚାରିବାରୁ ଅଧିକାରୀ କହୁଛନ୍ତି ଆଗରୁ କାମ ହୋଇ ପଡ଼ିଥିବା ଠିକାଦାର ପଇସା ପାଇନଥିବା ବେଳେ ଆଉ କାମ ହେବା ପାଇଁ ସମ୍ବଳ ଏତେ ନାହିଁ !
ଆଗକୁ ନୂତନବର୍ଷ ଆସୁଥିବାରୁ ବହୁ ଲୋକ ଏହି ରାସ୍ତା ଦେଇ ଶିଆଳି ବନ ଭୋଜି କରିବାକୁ ଯାଇଥାନ୍ତି ବହୁ ଜନଗହଳି ପୁର୍ଣ ଏହି ରାସ୍ତା ରେ ଗାଡି ଦୃଘଟଣା ହେବାର ସମ୍ଭାବନା ରହିଥିବା ବେଳେ, ଦୈନିକ ଏହି ରାସ୍ତା ଦେଇ ଗୃହ ଓ ରାସ୍ତା ବିଭାଗର ଅଧିକାରୀ ଯାଉଥିଲେ ମଧ୍ୟ ସବୁ ଦେଖି ନଦେଖିଲା ଭଳି ହେଉଛନ୍ତି । ସବୁ ଦେଖି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଯଦିଏହାର ଆଗମୀ ଦିନରେ କିଛି ପଦକ୍ଷେପ ନ ହୁଏ ତାହାଲେ ରାଜ ରାସ୍ତାରେ ଓଲ୍ହାଇବେ ସ୍ଥାନିୟ ଲୋକମାନେ ବୋଲି ଚର୍ଚ୍ଚା ହେଉଛି । ସ୍ଥାନୀୟ ମଣିଜଙ୍ଗ ର ଜଣେ ଅଧିକାରୀଣୀ ଙ୍କ ଅନ୍ୟତ୍ର ବଦଳି ଆଦେଶ ଆସିବା ପରେ ଆଉ ନୂଆ କାମ କରୁନଥିବା ଚର୍ଚ୍ଚା ହେଉଛି । ଏହି ରାସ୍ତା ଉପରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
ଶ୍ରୀବତ୍ସ ଲାଞ୍ଚ୍ଛନ ପାଢ଼ୀ (ରିପୋର୍ଟ )