December 28, 2025
Home » ପୂର୍ବ।ଞ୍ଚଳ ଜୋନ୍ ଆନ୍ତଃ ବିଶ୍ବବିଦ୍ୟାଳୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗୀତା ଉଦଯାପିତ।

ପୂର୍ବ।ଞ୍ଚଳ ଜୋନ୍ ଆନ୍ତଃ ବିଶ୍ବବିଦ୍ୟାଳୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗୀତା ଉଦଯାପିତ।

0
WhatsApp Image 2025-02-20 at 12.50.45 PM

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଚାଲିଥିବା ୪ ଦିନିଆ ପୂର୍ବଞ୍ଚଳ ଜୋନ୍ ଆନ୍ତଃ ବିଶ୍ବବିଦ୍ୟାଳୟ ହ୍ୟାଣ୍ଡବଲ ପ୍ରତିଯୋଗିତI ବୁଧବାର ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଉତ୍ସବରେ ମାନନୀୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଦଳ ଗୁଡ଼ିକୁ ପୁରସ୍କତ କରିଥିଲେ। ୪ ଦିନ ଧରି ଚାଲିଥିବା ପୂର୍ବଞ୍ଚଳ ଜୋନ୍ ଆନ୍ତଃ ବିଶ୍ବବିଦ୍ୟାଳୟ ହ୍ୟାଣ୍ଡବଲ ପ୍ରତିଯୋଗିତ ରେ ୧୮ ଦଳ ଭାଗ ନେଇଥିଲ। ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦଳ ଗତ ଭାବେ ବିଜୟୀ ଚାମ୍ପିଅନ ହୋଇଥିଲା I

ତତ୍ ସହିତ କଲିକତା ବିଶ୍ଵବିଦ୍ୟାଳୟ ରନର୍ସଅପ ହୋଇଥିଲା ବୀର ବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଜୈନପୁର ଉତ୍ତରପ୍ରଦେଶ ଏବଂ ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠ , ବାରାଣସୀ ଯଥା କ୍ରମେ ୩ୟ ଓ ୪ ର୍ଥ ସ୍ଥାନ ହାସଲ କରିଥିଲେ। ପୂର୍ବଞ୍ଚଳ ଜୋନ୍ ଆନ୍ତଃ ବିଶ୍ବବିଦ୍ୟାଳୟ ହେଣ୍ଡବଲ ପ୍ରତିଯୋଗିତI ଉନ୍ନୀତ ହୋଇଥିବI ଦଳ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ହେଣ୍ଡବଲ ପ୍ରତିଯୋଗିତ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳ ସଚିବ ସଚ୍ଚିଦାନନ୍ଦ ନାୟକ ଯୋଗଦେଇଥିଲେ। କ୍ରୀଡା ପରିଷଦର ସମ୍ପାଦକ ଡ. ସାରଦା ପ୍ରସନ୍ନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ପରିଶେଷରେ କ୍ରୀଡା ପରିଷଦର ପୁର୍ବତନ ସମ୍ପାଦକ ପ୍ରଫେସର ପ୍ରସନ୍ନ କୁମାର ଦୀକ୍ଷିତ ଏବଂ ଗଞ୍ଜାମ ହେଣ୍ଡବଲ୍ ପରିଷଦର ସମ୍ପାଦକ ସୁରେଶ ପାଢ଼ୀ, କୋଚ ରାଜେଶ୍ ମହାନ୍ତି, ଶାରିରୀକ ଶିକ୍ଷା ଅଧିକାରୀ ରବି ଚରଣ ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *