ପୂର୍ବତନ ଚମ୍ପୁଆ ବିଧାୟକ ଙ୍କ ଘରେ ସଶସ୍ତ୍ର ଡକାୟତି ଉଦ୍ୟମ ଘଟଣା ରେ ଦୁଇ ଗିରଫ, ବ୍ୟବହୃତ ବୋଲେରୋ ଗାଡି ଜବତ
ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ମହିଳା ବିଦ୍ୟାଳୟ ନିକଟରେ ଥିବା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ପୁରୁଣା ଘର ରେ ଏବେ କିଡଜି ସ୍କୁଲ ହୋଇଛି ସେହି ସ୍କୁଲରେ ସଶସ୍ତ୍ର ଡକାୟତି ଉଦ୍ୟମ କରାଯାଇଥିଲା । ଗତ ରବିବାର ରାତି ସ୍କୁଲ ପରିସର ଭିତରେ ପଶି ଡକାୟତି ଉଦ୍ୟମ କରିଥିଲେ ହେଁ କୌଣସି ପ୍ରକାର ଲୁଟ କରି ନ ପାରି ଡକାୟତି ଘଟଣାରେ ବ୍ୟବହାର ପାଇଁ ଆଣିଥିବା କଟର, ରଡ୍ ଓ ବ୍ୟାଗ୍ ଓ ଗ୍ଲୋଭସ୍ ଆଦି ଛାଡ଼ି ଯାଇଛନ୍ତି ।

ବ୍ୟାଗରୁ କିଛି ଆଡଭାଟାଇଜ୍ ଲିଫ୍ଲେଟ ଓ ଅନ୍ୟାନ୍ୟ କାଗଜ ମିଳିଥିଲା l ଏହାକୁ ଭିତ୍ତି କରି ପ୍ରାରମ୍ଭିକ ତଦନ୍ତ ରୁ ଏହା ବଡ଼ବିଲ ଅଂଚଳ ର ବୋଲି ପୁଲିସ ଜାଣି ପାରିଥିଲା l ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ଘଟଣାକୁ ଗୁରୁତର ସହକାରେ ତଦନ୍ତ କରାଯାଉଥିଲା l ତଦନ୍ତ ରେ ଯୋଡ଼ା ପୋଲିସ ଓ ସ୍ୱତନ୍ତ୍ର ଟିମ ଦ୍ୱାରା ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଡକାୟତି ରେ ବ୍ୟବହୃତ ଓଡ଼ି ୦୯ଏ ୫୧୨୫ ନମ୍ବର ବୋଲେରୋ ଗାଡି କୁ ଜବତ କରିଛି l ଗିରଫ ହୋଇଥିବା ବ୍ୟକ୍ତି ହେଲେ ବଡ଼ବିଲ ପି ଏଚ ଡି ଅଞ୍ଚଳର ରିଆଜ ଖାନ (25) ଓ ସେରେଣ୍ଡା ଅଞ୍ଚଳ ର ଏମ ଡି ଏତସାମ(27) l କେଶ ନମ୍ବର 297 ବିଏନ ଏସ 310(2) ଧାରା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅନ୍ୟ ମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ବୋଲି ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଣ୍ଡୁଆ ଏକ ପ୍ରେସ ମିଟ ରେ କହିଛନ୍ତି l
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
