February 6, 2026
Home » ପୂର୍ବତନ ଜିଆରଏସ ଭିଜିଲାନ୍ସ କୋର୍ଟ ରେ ଦଣ୍ଡିତ

ପୂର୍ବତନ ଜିଆରଏସ ଭିଜିଲାନ୍ସ କୋର୍ଟ ରେ ଦଣ୍ଡିତ

0
WhatsApp Image 2026-01-23 at 12.08.22 PM

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ପଞ୍ଚାୟତ ର ପୂର୍ବତନ ଜିଆରଏସ ସୌଭାଗ୍ୟବନ୍ତ ସାହୁ ଭିଜିଲାନ୍ସ କୋର୍ଟ ରେ ଦଣ୍ଡିତ ହୋଇଛନ୍ତି l ଗତକାଲି ବଲାଙ୍ଗୀର ଭିଜିଲାନ୍ସ କୋର୍ଟ ଉକ୍ତ ମାମଲା ର ଶୁଣାଣୀ କରି 4 ବର୍ଷ ଜେଲ ଦଣ୍ଡ ରେ ଦଣ୍ଡିତ କରିଛନ୍ତି l ପ୍ରକାଶ ଥାଉକି, ଜିଆରଏସ ସୌଭାଗ୍ୟବନ୍ତ ସାହୁ ପୂର୍ବରୁ ଜଣେ ହିତାଧିକାରୀଙ୍କ ଠାରୁ BPGY ଘର ଯୋଜନା ର ତୃତୀୟ କିସ୍ତି ବିଲ ପାଇଁ ଲାଞ୍ଚ ନେଉଥିଲେ l ଯୋଜନା ଅନୁସାରେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିଥିଲେ l ଏ ନେଇ ଗତ 01/06.2018 ରେ ସମ୍ବଲପୁର ଭିଜିଲାନ୍ସ ରେ କେଶ ନମ୍ବର – 44/01/06/2018 U/s-13(2)r/w13 (1)(d)/7PC Act,1988 ଆଧାର ରେ ମାମଲା ରୁଜୁ ହୋଇଥିଲା l ଉକ୍ତ ମାମଲା ଟି ଭିଜିଲାନ୍ସ କୋର୍ଟ ରେ ବିଚାରାଧୀନ ଥିଲା l ଗତକାଲି ଏହି ମାମଲା ର ରାୟ ପ୍ରକାଶ ପାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *