ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଗଢିଲେ ନୂଆ ସାମାଜିକ ପ୍ଲାଟଫର୍ମ “ବିଜୁ ସ୍ୱାଭିମାନ ମଞ୍ଚ”
ପରିଶେଷରେ ୫୧ ବର୍ଷ ଜଡ଼ିତ ଥିବା ବିଜୁ ପରିବାରର ବିଜେଡି ଦଳୀୟ ଦାୟିତ୍ୱରୁ ଇସ୍ତଫା ଦେଲେ ଏନ ଭାସ୍କର ରାଓ
୫୧ ବର୍ଷ ଧରି ବିଜେଡି ସହିତ ଜଡିତ ଥିବା ବିଜୁ ପରିବାରରୁ ଏନ ଭାସ୍କର ରାଓ ଇସ୍ତଫା ଦେଇ ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପ୍ରଦାନ କରି ଏକ ସାମାଜିକ ମଞ୍ଚ “ବିଜୁ ସ୍ୱାଭିମାନ ମଞ୍ଚ” ଗଠନ କରିଛନ୍ତି। ଆଜି ନିଜ ଜାଗାରେ ଥିବା ପୂର୍ବତନ ରାୟଗଡ଼ା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ପୂର୍ବତନ ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି । ଯେହେତୁ ବିଜୁ ପରିବାର ସହିତ ଜଡ଼ିହୋଇ ବିଗତ ୫୧ ବର୍ଷରୁ ନିସ୍ବାର୍ଥ ଭାବେ ଅଞ୍ଚଳର ବିକାଶ କ୍ଷେତ୍ରରେ କାମ କରି ଆସିଛୁ,ଯାହା କି ଆମ ପରିଚୟ ସୃଷ୍ଟି କରିଛି। ତେଣୁ,ସେହି ବିଜୁ ବାବୁଙ୍କ ଆଦର୍ଶକୁ ଆପଣାଇ “ବିଜୁ ସ୍ୱାଭିମାନ ମଞ୍ଚ” ଜରିଆରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସକାଶେ ଆମେ ଆଗେଇବୁ।
ପୂର୍ବତନ ବିଜେଡି ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଏନ ଭାସ୍କର ରାଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ନିଜ ଇସ୍ତଫାପତ୍ରରେ ଅଲେଖ କରିଛନ୍ତି ଯେ..,
“””ସମ୍ମାନନୀୟ ବିଜୁ ଜନତା ଦଳ ସଦସ୍ୟା ନେକାନ୍ତି ଭାସ୍କର ରାଓ ୫୧ ବର୍ଷ ପରେ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ, ମୁଁ ବ୍ୟକ୍ତିଗତ ଭାବରେ ଆପଣଙ୍କୁ ଏବଂ ଆପଣଙ୍କ ମହାନ ସ୍ୱର୍ଗତ ବିଜୁ ବାବୁ ତଥା ଦଳର ମହାନ ପ୍ରତିଷ୍ଠାତାଙ୍କ ପ୍ରତି ବହୁତ କୃତଜ୍ଞାତା ପ୍ରକାଶ କରି ଜଣାଇବାକୁ ଚାହେ କି ଜଣେ ଉତ୍ସର୍ଗୀକୃତ ରାଜନେତା ନେକ୍କୋଣ୍ଟି ଭାସ୍କର ରାଓ ୧୯୭୪ ମସିହାରେ ସ୍ୱର୍ଗତ ବିଜୁ ବାବୁଙ୍କ ମାର୍ଗଦର୍ଶନରେ ରାଜନୀତିରେ ପ୍ରବେଶ କରିବା ପରେ ସେ ତାଙ୍କ ଭୂମିକାରେ ସଚ୍ଚୋଟତା, ସାଧୁତା ଏବଂ ବିଶ୍ୱସ୍ତତା ପ୍ରଦର୍ଶନ କରି ନିଷ୍ଠାର ସହିତ ଦଳର ସେବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିଛନ୍ତି।
ଆଶା କରୁଛି ଆପଣ ମୋର ଭାବନାକୁ ବୁଝିପାରୁ ଥିବେ। କୌଣସି କାରଣରୁ ମୋର କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ।ରାଓ ତାଙ୍କ ଜିଲ୍ଲାର ଲୋକଙ୍କ କଲ୍ୟାଣ ପାଇଁ ସାର୍ବଜନୀନ ଜୀବନ ଏବଂ ସାମାଜିକ କାର୍ଯ୍ୟକୁ ଫେରିବାକୁ ଇଚ୍ଛା ପ୍ରକାଶ କରି ନିଷ୍ପତ୍ତି ନେଇଛନ୍ତି। ବିଗତ ୫୧ ବର୍ଷ ରାଜନୈତିକ ଯାତ୍ରାରେ ତାଙ୍କ ସମର୍ଥକମାନଙ୍କ ଦ୍ୱାରା ଦେଖାଯାଇଥିବା ନିଃସ୍ୱାର୍ଥପର ପ୍ରେମ ଏବଂ ସ୍ନେହ ପାଇଁ ସେ କୃତଜ୍ଞ ଏବଂ କୌଣସି ବ୍ୟକ୍ତିଙ୍କ ପ୍ରତି ତାଙ୍କର କୌଣସି କ୍ଷୋଭ, ଅଭିଯୋଗ ନାହିଁ। ଭାରାକ୍ରାନ୍ତ ହୃଦୟରେ, ମୁଁ ବିଜେଡିରୁ ମୋର ଇସ୍ତଫା ପ୍ରଦାନ କରି ସେ ବିଜୁ ପରିବାରରେ ତାଙ୍କର ରାଜନୈତିକ ଦାୟିତ୍ୱ ସମାପ୍ତ କରିଛନ୍ତି ଏବଂ ବର୍ତ୍ତମାନ ବିଜୁ ପରିବାରରେ ତାଙ୍କର ରାଜନୈତିକ ଯାତ୍ରା ଶେଷ କରୁଛନ୍ତି….’।ଏଥିସହ ଏନ ଭାସ୍କର ରାଓ ଦେଇଥିବା ଉକ୍ତ ଇଷ୍ଟଫା ପତ୍ରରେ ଶଙ୍ଖ ଭବନ କଲେଜ ରୋଡ,ରାୟଗଡ଼ା ଲେଖାଯାଇଛି।
ଭାସ୍କର ରାଓ କହିଥିଲେ ଯେ ବିଜୁ ସ୍ୱାଭିମାନ ମଞ୍ଚ ଏହା ଏକ ଆମକୁ ଜିତାଇଥିବା ଆମର ସମର୍ଥକଙ୍କ ତଥା କେବଳ ଜନସାଧାରଣଙ୍କ ସେବା କରିବା ପାଇଁ ଏକ ପ୍ଲାଟଫର୍ମ, ରାଜନୀତି କରିବା ପାଇଁ ନୁହେଁ। ସେ କହିଛନ୍ତି ଯେ ଆମେ କୌଣସି ଦଳକୁ ଉପେକ୍ଷା,ଆକ୍ଷେପ କରିବୁ ନାହିଁ।
ରାୟଗଡ଼ ବିଜେଡି ଦଳରେ ଭାସ୍କର ନେତୃତ୍ୱର ଇସ୍ତଫା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ କି ପ୍ରଶ୍ନର ଉତ୍ତରରେ ଭାସ୍କର ରାଓ କହିଥିଲେ ଯେ ..” ଭୁବନେଶ୍ୱରର କିଛି ଲୋକ କହିଛନ୍ତି ଯେ ଭାସ୍କରଙ୍କ ନେତୃତ୍ୱରେ ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହାରିଯାଇଛନ୍ତି ଏବଂ ଲୋକଙ୍କ ସହ ସମ୍ପର୍କରେ ନାହାନ୍ତି… ଏ ନେଇ ଯାହା ଉତ୍ତର ମୋତେ ଦେବାକୁ ଥିଲା ସେମାନେ ତାହା ଦେଇସାରିଛନ୍ତି।”
ଆଗାମୀ ଦିନରେ ରାଜ୍ୟ ଦଳୀୟ କାର୍ଯ୍ୟାଳୟରୁ କିଛି ଡାକରା ଆସିଲେ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବି। ଯେହେତୁ ବିଜୁ ବାବୁଙ୍କ ଆଦର୍ଶରେ ନବୀନ ବାବୁଙ୍କ ସହ ମଧ୍ୟ ମୋର ସୁସମ୍ପର୍କ ରହିଆସିଛି। ଯେତେବେଳେ ନବୀନ ବାବୁ ଆମର ନେତୃତ୍ବକୁ ବୁଝିପାରିଲେ ନାହିଁ ଆମେ ତାଙ୍କୁ ବିରୋଧ ନକରି ଜିଲ୍ଲାରେ ଥିବା ସମସ୍ତ ଦଳର ସହଯୋଗରେ ଆମ ଅଞ୍ଚଳରେ ଆମକୁ ଚାହୁଥିବା ଲୋକମାନଙ୍କ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି କହିଥିଲେ ବରିଷ୍ଠ ବିଜେଡି ନେତା ଏନ ଭାସ୍କର ରାଓ।
ଆସନ୍ତା କାଲିରୁ ରାୟଗଡ଼ା ବ୍ଲକର ଥିବା ପଞ୍ଚାୟତ, ଗାଁକୁ ଆମେ ଲୋକଙ୍କ ପାଖକୁ ପହଞ୍ଚି ସେମାନଙ୍କ ସମସ୍ୟା ବୁଝି ସେଗୁଡ଼ିକୁ ସମାଧାନ କରିବାକୁ ଚେଷ୍ଟା କରିବୁ ଯେଉଁମାନେ କି ବିଗତ ଦିନରେ ଆମ ଉପରେ ବିଶ୍ୱାସ କରି ଆମକୁ ବିଜେଡିରେ ଜିତେଇବାରେ ସାହାଯ୍ୟ କରିଥିଲେ। ଆମେ କଂଗ୍ରେସ, ବିଜେପି,ବିଜେଡି ସହ ମିଶି ରାୟଗଡାର ଆଖପାଖ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବୁ।
ଏନ ଭାସ୍କର ରାଓ ନେତୃତ୍ୱରେ ଆଜିର ବିଜେଡି ଇସ୍ତଫା କାର୍ଯ୍ୟକ୍ରମରେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲ ବିହାରୀ ହିମରିକା,ପୂର୍ବତନ ଜେଡପି ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ପୂର୍ବତନ ପୌରଧ୍ୟକ୍ଷ ରାଇଶିଂ ବିଡ଼ିକା, ପିଏମ ପଟନାୟକ, କାଉନସିଲର, ରାୟଗଡ଼ା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜେଡପି ସଭ୍ୟ ସମେତ ଅନେକ ସମର୍ଥକ ଯୋଗ ଦେଇଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
