ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ଏଆଇ ଟି ୟୁସି ନେତା ନୀଳକଣ୍ଠ ଦାଶ କୁ ଗିରଫ
ଛତ୍ରପୁର: ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମିଳିତ ଆହ୍ବାନ କ୍ରମେ ଗୁରୁବାର ସର୍ବ ଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏ ଆଇ ଟିୟୁସି ସମେତ ବିଭିନ୍ନ ଟ୍ରେଡ଼ ୟୁନିୟନ(ଶ୍ରମିକ ସଂଗଠନ)ଗୁଡ଼ିକ ପକ୍ଷରୁ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ପହଞ୍ଚି ସାଧାରଣ ଧର୍ମଘଟ ରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ଏହା ସହିତ ସମସ୍ତଙ୍କୁ ପିକେଟିଂ କରିଛନ୍ତି l
ଏପରିକି ହାତରେ ପତାକା, ପୋଷ୍ଟର ବ୍ୟାନର ଆଦି ଧରି ମନରେଗା ବଞ୍ଚାଓ, ଭି ଜି-ରାମ-ଜି ଆଇନକୁ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ବିଦ୍ୟୁତ ବିଲ ସଂଶୋଧନ, କୃଷକ ବିରୋଧୀ ବିଲ-୨୦୨୫କୁ ବାତିଲ ଆଦି ଶ୍ରମିକ ଓ କୃଷକ ତଥା ଜନ ବିରୋଧୀ ଆଇନ ବାତିଲ ନାରା ଦେଇ ଆନ୍ଦୋଳନକାରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କଲେଜ ଛକ ନିକଟ ଜାତୀୟ ରାଜପଥ କୁ କିଛି ସମୟ ନିମନ୍ତେ ଅବରୋଧ କରିଥିଲେ। ଏନେଇ ଛତ୍ରପୁର ଥାନା ପୋଲିସ ପକ୍ଷରୁ ପୂର୍ବତନ ବିଧାୟକ ତଥା ସିପିଆଇ ଜାତୀୟ ପରିଷଦ ସଭ୍ୟ ଏନ. ନାରାୟଣ ରେଡ୍ଡୀ ଓ ଏ ଆଇ ଟିୟୁସି ନେତା ତଥା ସିପିଆଇ ସହ – ସମ୍ପାଦକ ନୀଳକଣ୍ଠ ଦାଶ କୁ ଗିରଫ କରିଛନ୍ତି । ଏହା ସହିତ ସୁରକ୍ଷା କୁ ଦୃଷ୍ଟି ରେ ରଖି ବିଭିନ୍ନ ଛକରେ ପୋଲିସ ଅଧିକାରୀଙ୍କ ସହ ପୋଲିସ କର୍ମଚାରୀ ମାନେ ମୁତୟନ ହୋଇଥିବା ଦେଖାଯାଇଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ତଥା ସିପିଆଇ ଜାତୀୟ ପରିଷଦ ସଭ୍ୟ ଏନ. ନାରାୟଣ ରେଡ୍ଡୀ ଓ ଏ ଆଇ ଟିୟୁସି ନେତା ତଥା ସିପିଆଇ ସହ – ସମ୍ପାଦକ ନୀଳକଣ୍ଠ ଦାଶ, ଏ ଆଇ ଟିୟୁସି ନେତା ଡି. ଆଦି ନାରାୟଣ ରେଡ୍ଡୀ, ସିଏଚ. ଜନାର୍ଦନ ରେଡ୍ଡୀ,ଉତ୍କଳ ମହିଳା ସମିତି ର ରାଜ୍ୟ ଉପସଭାନେତ୍ରୀ ଏନ. ଭାନୁମତି ରେଡ୍ଡୀ, ଏଚ ଏମଏସ ନେତା ରାଜେନ୍ଦ୍ର ଦାଶ, ମମତା ନାୟକ, ସିଟୁ ନେତା ପର୍ଶୁରାମ ଗୌଡ଼, କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା, ଅଶୋକ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଡ଼ି. ରାମସ୍ୱାମୀ ରେଡ୍ଡୀ, ମହେଶ ଗୌଡ଼, ଆଇ ଏନ ଟିୟୁସି ନେତା ଇଜୁ ଆମିନ ଖାନ, ନିଖିଳ ଓଡିଶା ଅଙ୍ଗନ ବାଡ଼ି କର୍ମୀ ସଂଘ ଛତ୍ରପୁର ଶାଖା ର ସଭାନେତ୍ରୀ ବାସନ୍ତୀ ସାହୁ,ସମ୍ପାଦିକା ମିନାକ୍ଷୀ ପ୍ରଧାନ, ସକାବରୀ ବାରିକ, ସଂଯୁକ୍ତା ପଟ୍ଟନାୟକ, ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ଶ୍ରମିକ ଏବଂ ଅଙ୍ଗନବାଡ଼ି କର୍ମୀ ମାନେ ସାମିଲ ଥିଲେ ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
