ପୂର୍ବତନ ସରପଞ୍ଚ ହତ୍ୟା ମାମଲା ରେ ଚାରି ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଗ୍ରାମପଞ୍ଚାୟତ ର ବର୍ତ୍ତମାନ ର ସରପଞ୍ଚ ବାସନ୍ତୀ ଖେତୀ ଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ବଲ୍ଲଭ ଖେତୀ ହତ୍ୟା ମାମଲା ରେ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି l ଜୁଲାଇ ମାସ 10 ତାରିଖ ଗୁରୁବାର ରାତିରେ ପୂର୍ବତନ ସରପଞ୍ଚ ଶ୍ରୀ ବଲ୍ଲଭ ଖେତୀ ଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ହତ୍ୟା କରାଯାଇଥିଲା l ପ୍ରାପ୍ତ ସୂଚନା ଅନୁସାରେ ଗତ 10 ତାରିଖ ରାତି ପ୍ରାୟ ଘ.9.30 ମି. ପର୍ଯ୍ୟନ୍ତ ଗାଜବନ୍ଧ ଛକ ରେ ତାଙ୍କର କେତେକ ବନ୍ଧୁ ମାନଙ୍କ ସହ ରହିଥିଲେ l ସେଠାରୁ ଫେରିବା ବେଳେ ସେ ଅନ୍ୟ ଜଣଙ୍କୁ ତାଙ୍କ ଘରକୁ ଛାଡି ଆସି ନିଜ ଗ୍ରାମ ଗଜବନ୍ଧ ଗ୍ରାମପଞ୍ଚାୟତ ର କେନ୍ଦୁପାଲି କୁ ବାଇକ ଯୋଗେ ଯାଉଥିଲେ l ରାତି ପ୍ରାୟ 10 ଟା ସମୟ ରେ ଗଜବନ୍ଧ ଠାରୁ 2 କିଲୋମିଟର ଦୂର ବ୍ରାହ୍ମଣୀପାଲି, ପଣ୍ଡରାପାଲି ଓ କେନ୍ଦୁପାଲି ଗ୍ରାମ ର ମଧ୍ୟ ଭାଗରେ ଥିବା ଛକ ନିକଟରେ କେତେଜଣ ଦୁର୍ବୁତ୍ତ ଛପି ରହିଥିଲେ l ସେଠାରେ ଶ୍ରୀ ଖେତୀ ପହଞ୍ଚିବା ପରେ ତାଙ୍କୁ ଅତର୍କିତ ଭାବରେ ଖଣ୍ଡା ରେ ଆକ୍ରମଣ କରିଥିଲେ l ଖଣ୍ଡା ଚୋଟ ରେ ସେ ତଳେ ପଡିଯାଇଥିଲେ l ଖବର ପାଇ ପରିବାର ଓ ସମ୍ପର୍କୀୟ ମାନେ ତାଙ୍କୁ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ସେଠାରେ Mostly ତାଙ୍କୁ ମୃତ ଘୋଷଣା କରିଥିଲେ l 11 ତାରିଖ ଦିନସକାଳ 7.05 ରେ ମୃତ ବଲ୍ଲଭ ଖେତୀ ଙ୍କ ଭାଇ ଲବ ଖେତୀ (35 ) ( ପିତା ସ୍ବର୍ଗତ ଡମ୍ବରୁ ଖେତୀ ) ରାମପୁର ଥାନା ରେ ନିଜ ବଡ଼ ଭାଇ ତଥା ପୂର୍ବତନ ସରପଞ୍ଚ ବଲ୍ଲଭ ଖେତୀ ଙ୍କୁ ହତ୍ୟା କରାଯାଇଥିବା ନେଇ ଏକ ଏଫ ଆଇ ଆର ଦେଇଥିଲେ l ଏ ନେଇ ରାମପୁର ପୋଲିସ କେସ ନମ୍ବର 98/11/7/2025 U/s 103 ( i ) 3 ( 5 ) BNS ଆକ୍ଟ ଆଧାର ରେ ମାମଲା ରୁଜୁ ହୋଇଥିଲା l ରାମପୁର ଥାନା IIC ପଦ୍ମାସିନୀ ମେହେର ଏହି ହତ୍ୟା କାଣ୍ଡ ଘଟଣା ର ତଦନ୍ତ ଦାୟିତ୍ୱ ନେଇ ଅଧିକ ତଦନ୍ତ ଚଳାଇଥିଲେ l ଏହି ହତ୍ୟା କାଣ୍ଡ ଘଟଣା ରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ l ଅଭିଯୁକ୍ତ ମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମ ର ଯୋଗେଶ୍ୱର ଭୁଏ @ ଭୋଇ (42 ), ପଣ୍ଡରାପାଲି ( ଗଜବନ୍ଧ ଛକ ) ର ଗୋବିନ୍ଦ ବେହେରା ( ପିଙ୍କୁ ) (26 ), ଗଜବନ୍ଧ ର ସୁଜେଇ ଧନଞ୍ଜୟ ପଶାୟତ (40 ) ଓ ଗଜବନ୍ଧ ର ଜଗଦିଶ ବଗର୍ତ୍ତୀ ( 54 ) l ଏଥିସହ ଅଭିଯୁକ୍ତ ସୁଜେଇ ଧନଞ୍ଜୟ ପଶାୟତ ଠାରୁ ଗୋଟିଏ HF Deluxe bearing Regd. No. OD -31F – 8076 ବିଶିଷ୍ଟ ମୋଟରସାଇକେଲ ଜବତ କରାଯାଇଛି l ଏହି ହତ୍ୟା କାଣ୍ଡ ପଛରେ ଦୀର୍ଘ ଦିନର ବିବାଦ ଅଭିଯୁକ୍ତ ମାନଙ୍କ ସହ ଲାଗିରହିଥିଲା l ଅଭିଯୁକ୍ତ ଯୋଗେଶ୍ୱର ଭୁଏ @ ଭୋଇ ଙ୍କ ସହ ଜମି ବିବାଦ ଲାଗିଥିବା ବେଳେ ଅନ୍ୟ ଅଭିଯୁକ୍ତ ଗୋବିନ୍ଦ ବେହେରା, ସୁଜେଇ ପଶାୟତ ଓ ଜଗଦିଶ ବଗର୍ତ୍ତୀ ଗତ ପଞ୍ଚାୟତ ନିର୍ବାଚନ କୁ ନେଇ ବିବାଦ ଲାଗିରହିଥିଲା l ଅଭିଯୁକ୍ତ ସୁଜେଇ ପଶାୟତ ଏବଂ ଜଗଦିଶ ବଗର୍ତ୍ତୀ ସ୍ବର୍ଗତ ବଲ୍ଲଭ ଖେତୀ ଙ୍କ ସହିତ ଗଜବନ୍ଧ ଛକ ରେ ଏକ ମାସ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା l ଏଥିସହ ଗ୍ରାମପଞ୍ଚାୟତ ର ବିଭିନ୍ନ ଠିକାକାମ କୁ ନେଇ ଅଭିଯୁକ୍ତ ଓ ମୃତ ବଲ୍ଲଭ ଖେତୀ ଙ୍କ ସହ ବିଭିନ୍ନ ସମୟ ରେ ଗଣ୍ଡଗୋଳ ଲାଗିରହୁଥିଲା l ସ୍ବର୍ଗତ ଖେତୀ ଙ୍କୁ ସବୁଦିନ ପାଇଁ ରାସ୍ତା ରୁ ହଟାଇବା ପାଇଁ ଅଭିଯୁକ୍ତ ମାନେ ପୂର୍ଵରୁ ଯୋଜନା କରିଥିବା ଜଣାଯାଏ l ଏ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..