February 24, 2025
Home » ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ଝିଅଙ୍କ ଆକସ୍ମିତ ମୃତ୍ୟୁ

ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ଝିଅଙ୍କ ଆକସ୍ମିତ ମୃତ୍ୟୁ

0

କୋରାପୁଟ ପୂର୍ବତନ ଲୋକସଭା ସାଂସଦ ଜୟରାମ ପାଙ୍ଗୀଙ୍କ ଝିଅ ବିଶାଖାପାଟଣାର ଏକ ଘରୋଇ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ମୁତାବକ ଜୟରାମ ପାଙ୍ଗୀଙ୍କ ତୃତୀୟ ଝିଅ ରାଜଲକ୍ଷ୍ମୀ ପାଙ୍ଗି ଭୁବନେଶ୍ୱର ସ୍ଥିତ ସୋମ ହସ୍ପିଟାଲରେ ଚତୁର୍ଥ ବର୍ଷ ଡାକ୍ତରୀ ପାଠ ପଡୁଥିଲେ । ସେ ବିଗତ ତିନି ବର୍ଷରୁ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡିଛି ।
ଶୁକ୍ରବାର ମୃତଦେହ କୁନ୍ଦୁଲି ହାଟପଦାସ୍ଥିତ ବାସଭବନରେ ପହଞ୍ଚିବା ପରେ ଭାଇ ଅଶୋକ କୁମାର ପାଙ୍ଗୀ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏହି ସମୟରେ ସ୍ବର୍ଗତ ପାଙ୍ଗୀଙ୍କ ମାଆ ଓ ଅନ୍ୟ ଦୁଇ ଭଉଣୀ ସମେତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ।
ଶେଷକୃତ୍ୟ ସମୟରେ କୋରାପୁଟ ବିଜେଡି ସଭାପତି ଝିନ ହିକ୍କକା, କୌଶଲ୍ୟା ହିକ୍କକା, ପ୍ରଫୁଲ୍ଲ ପାଙ୍ଗୀ, ରଘୁରାମ୍‌ ପଡାଲ ଉପସ୍ଥିତ ଥିଲେ ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *