March 13, 2025
Home » ପେନ୍‌ସନ୍‌ କାଗଜପତ୍ର ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ଦାବି ଅଭିଯୋଗରେ ଭିଜିଲାନ୍ସ ହାତରେ ଧରି ପଡ଼ିଲେ ସେକ୍ସନ୍ ଅଫିସର

ପେନ୍‌ସନ୍‌ କାଗଜପତ୍ର ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ଦାବି ଅଭିଯୋଗରେ ଭିଜିଲାନ୍ସ ହାତରେ ଧରି ପଡ଼ିଲେ ସେକ୍ସନ୍ ଅଫିସର

0

ଲାଞ୍ଚ ମାଗିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟରେ କାର୍ଯ୍ୟରତ ଅନୁଭାଗ ଅଧିକାରୀ(ସେକ୍ସନ୍ ଅଫିସର) । ମିଳିଥିବା ସୂଚନା ମୁତାବକ ସେକ୍ସନ୍ ଅଫିସର ରଞ୍ଜିତ କୁମାର ଷଡଙ୍ଗୀ ନାମକ ବ୍ୟକ୍ତି ଜଣକ ଏକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ୨୦୧୧ ମସିହାରୁ ପଡ଼ି ରହିଥିବା ପେନସନ କାଗଜପତ୍ର ପ୍ରକ୍ରିୟାକରଣ ତ୍ବରାନ୍ବିତ କରିବାପାଇଁ ୧୭/୧୨/୨୪ ତାରିଖରେ ଅଭିଯୋଗକାରୀ ଶିକ୍ଷକଙ୍କ ନିକଟରୁ ୧୦୦୦୦/- ଟଙ୍କା ଲାଞ୍ଚ ମାଗି ଗ୍ରହଣ କରିବା ସମୟରେ ଅଭିଯୋଗକାରୀ ଉପସ୍ଥିତିରେ ପୂର୍ବପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀଙ୍କ ରଙ୍ଗହାତରେ ଧରାପଡିଲେ । ଏହି ସମୟରେ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଅରୁଣ କୁମାର ନାୟକ, ଡିଏସପି ଜୟଶ୍ରୀ ପ୍ରଧାନ, ଇନସ୍ପେକ୍ଟର ସଞ୍ଜୟ କୁମାର ପ୍ରଧାନ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହେପରେ ଏସଓ ଷଡ଼ଙ୍ଗୀଙ୍କ ହାତ ଓ ପ୍ୟାଣ୍ଟ୍ ପକେଟ୍ ଧୋଇବା ସମୟରେ କେମିକାଲ ରିଏକ୍ସନ ସକାରାତ୍ମକ ଦେଖାଦେବା ପରେ ଲାଞ୍ଚ ଗ୍ରହଣ କରିଥିବା ସତ୍ୟତା ପ୍ରମାଣିତ ହେବା ପରେ ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ୧୦ ହଜାର ଟଙ୍କା ଜବତ କରିବା ସହ ନବରଙ୍ଗପୁର ସହରର ରାଜୁ ସାହିରେ ସ୍ଥିତ ତାଙ୍କ ଘର ଓ ତାଙ୍କ କାର୍ଯ୍ୟାଳୟରେ ତଦନ୍ତ ଜାରି ରଖିଥିଲା ଭିଜିଲାନ୍ସ ବିଭାଗ । ଉକ୍ତ ମାମଲାରେ କୋରାପୁଟ ଭିଜିଲାନ୍ସ ପିଏସ କେସ୍ ନମ୍ବର ୨୬ ତାରିଖ ୧୬/୧୨/୨୦୨୪ ୟୁ /ଏସ ୦୭ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ଅନୁଯାୟୀ ପଞ୍ଜିକୃତ କରିଛି। ତଦନ୍ତ ପ୍ରକ୍ରିୟା ଜାରି ରଖିଛି।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *