October 24, 2025
Home » ପେହଲଗମ୍ ଆତଙ୍କବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାୟଗଡ଼ାର ଦମ୍ପତି

ପେହଲଗମ୍ ଆତଙ୍କବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାୟଗଡ଼ାର ଦମ୍ପତି

0
WhatsApp Image 2025-04-26 at 9.08.38 PM

କାଶ୍ମୀର ପହଲଗାମକୁ ଯାଇଥିବା ନିରୀହ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଘଟାଇଥ‌ିବା କ୍ରୁର ନରସଂହାରରୁ ସର ଦେଶବାସୀଙ୍କୁ ଦୁଃଖିତ କରିଛି । କିନ୍ତୁ,ଏପରି ଏକ ଦୁଃଖଦ ଘଟଣାକୁ ନେଇ ନ କେବଳ ଦେଶ ସର ବିଶ୍ଵ ତୀବ୍ର ନିନ୍ଦା କରୁଥିବା ବେଳେ ଘଟଣା ସ୍ଥଳରୁ ଆତଙ୍କବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାୟଗଡ଼ାର ଜଣାଶୁଣା ତୁମ୍ବାକ୍ରାଫ୍ଟ ହସ୍ତଶିଳ୍ପୀ ହିମାଂଶୁ ଶେଖର ଏବଂ ତାଙ୍କ ପତ୍ନୀ ଅର୍ଜନାପାଣିଗ୍ରାହୀ । ସୌଭାଗ୍ୟବଶତଃ ସେମାନେ ଉଗ୍ରବାଦୀଙ୍କ କବଳରୁ ରକ୍ଷା ପାଇ ଯାଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମଝିଘରିଆଣୀଙ୍କୁ କୋଟିକୋଟି ପ୍ରଣାମ ଜଣାଇଛନ୍ତି।
ଏହି ପରିପେଖିରେ ସେ ଅତି ଭାବପ୍ରବଣ ସହ ସେଦିନ ସେ ଛାତିଥରା ଘଟଣା ସଂପର୍କରେ ଦମ୍ପତି ବର୍ଣ୍ଣନା କରି କହିଥିଲେ ଯେ ଜୀବନର ଏହା ଏକ ସମୟ ଯାହାକୁ ଆମେ ନା କଳ୍ପନା କିମ୍ବା ଭୁଲି ପାରିବୁ ନାହିଁ । ସେ କହିଥିଲେ ଯେ ,ଏକ ପର୍ଯ୍ୟଟନ ପ୍ୟାକେଜରେ ଆମେ ପୁରା ସପ୍ତାହ କାଶ୍ମୀରରେ ପହଞ୍ଚିଥିଲୁ । ସେଠାରେ ରହିବା ପରେ, ୨୨ ଏପ୍ରିଲରେ, ପତ୍ନୀଙ୍କ ସହ ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୧ ମଧ୍ଯରେ ପହଞ୍ଚି ପହଲଗାମ ପାହାଡ଼ ଉପରେ ଥୁବା ବୈସରଣ ଭ୍ୟାଲି ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନ କରିବା ପରେ,ଦିନ ୦୧.୦୫ ସମୟରେ ଓହ୍ଲାଇ ମିନି ସ୍ବିଜରଲ୍ୟାଣ୍ଡ କୁହାଯାଉଥ‌ିବା ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା (ଯାହା କି ଘଟଣାସ୍ଥଳ ଠାରୁ ମାତ୍ର ୧୫୦ମିଟର ଦୂରରେ) ସହ ଫଟୋ ଉତ୍ତୋଳନ କରିବା ସମୟରେ ହଠାତ୍ ଆମେ ବନ୍ଧୁକର ଗୁଳି ଫୁଟିବା ଶବ୍ଦ ଶୁଣିଥିଲୁ | ହଠାତ୍ ଗୁଳି ଶବ୍ଦ ଶୁଣି ଯିଏ ଯୁଆଡ଼େ ପାଇଲେ, ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ । ଏହି ସମୟରେ ପାହାଡ଼ ଉପରୁ ଘୋଡ଼ାରେ ବସି ଶହଶହ ପର୍ଯ୍ୟଟକ ତଳକୁ ଦ୍ରୁତଗତିରେ ଚାଲିଆସୁଥ‌ିବା ସହ ପିଲା,ବୃଦ୍ଧ, ମହିଳା ସବୁ ପର୍ଯ୍ୟଟକଙ୍କ କାନ୍ଦବୋବାଳିରେ ଅଞ୍ଚଳ କମ୍ପି ଉଠିଥିଲା।
ହଠାତ୍ ଗୁଳିର ଶବ୍ଦ ଶୁଣିବା ପରେ ଆମେ କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଗଲୁ । କିଛି ସମୟ ପରେ ଆମେ ସେଠାରୁ ମୋ ପତ୍ନୀଙ୍କ ସହିତ ଘୋଡାରେ ତଳକୁ ଆସି ହୋଟେଲରେ ଥିଲୁ । ଏହି ସମୟରେ ରାସ୍ତାରେ ଭାରତୀୟ ସେନା ଗାଡ଼ି, ଭାରତୀୟ ସେନା ହେଲିକପ୍ଟର,ଆମ୍ବୁଲାନ୍ସ, ପୋଲିସ, ସିଆରପିଏଫ୍ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଦ୍ରୁତ ଗତିରେ ଯାଉଥ‌ିବା ସେ ଦେଖୁଥ‌ିଲେ । ସେ ମଧ୍ୟ ପତ୍ନୀଙ୍କୁ ନେଇ ପ୍ରାୟ ୨ କିଲୋମିଟର ଦୂର ବାଟ ପାହାଡ଼ିଆ ରାସ୍ତା ଦେଇ ନିଜ ସାଥ୍‌ରେ ଥବା ଟୁରିଷ୍ଟ ଡ୍ରାଇଭରଙ୍କ ସାହାଯ୍ୟରେ ନିଜ ଗାଡ଼ି ଯାଏ ପଳାଇ ଆସିଥିଲେ। ସେଠାରୁ ଏହି ଦମ୍ପତି ଶ୍ରୀନଗର ଅଭିମୁଖେ ପଳାଇ ଆସିଥିଲେ । ହିମାଂଶୁ କହିଛନ୍ତି ଯେ ପର୍ଯ୍ୟଟନସ୍ଥଳୀରେ କୌଣସି ପୁଲିସ୍,ମିଲିଟାରୀ ସୁରକ୍ଷା ବ୍ୟବସ୍ଥା ନଥ‌ିବାରୁ ଆତଙ୍କୀମାନେ ଆତଙ୍କ ଖେଳାଇବା ପାଇଁ ଢେର୍ ସମୟ ପାଇ ପାରିଥିଲେ । ଏପରିକି ଦେଢ଼ ଘଣ୍ଟା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲେ । ଏଣୁ,ପୂର୍ବରୁ ସେଠାରେ ପର୍ଯ୍ୟଟକ ସୁରକ୍ଷା ପାଇଁ ସୁରକ୍ଷଦଳ କିମ୍ବା ଗାଇଡ୍ ପାଇଁ କୌଣସି ବ୍ୟବସ୍ଥା ନଥିଲା । ଭବିଷ୍ୟତରେ ଯେପରି ପୁନରାବୃତ୍ତି ନହୁଏ ଏବଂ ସୁରକ୍ଷା ଜାରି ରଖିବାକୁ କିମ୍ବା ପର୍ଯ୍ୟଟନ ସକାଶେ ପର୍ଯ୍ୟଟକଙ୍କ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *