ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର।

କେନ୍ଦୁଝର: ପାଟଣା ବ୍ଲକର ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ କୁଆପଶି ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ଏକ ପୋଖରୀରୁ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କ ଶବ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଜଣକ ହେଲେ ସେହି ଗ୍ରାମର ନବ କିଶୋର ମହାନ୍ତ ସେ ଶୌଚ ହେବାକୁ ଯାଇ ବୁଡ଼ି ଯାଇଥିବାର ଅନୁମାନ। ତେବେ ପରିବାର ପକ୍ଷରୁ ପୁଅ କହିଛନ୍ତି କି ବାପାଙ୍କୁ ଜମିବାଡ଼ି ବିବାଦ କାରଣରୁ ହତ୍ୟା କରି ଫିଙ୍ଗି ଦିଆଯାଇଛି। ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଘଟଣାସ୍ଥଳକୁ ଆସି ଶବ ଉଦ୍ଧାର କରିବା ସହ ଫରେନସିକ ଟିମ୍ ଓ ଡଗ ସ୍କ୍ୱାର୍ଡ ଡକାଇ ଅଧିକ ତଦନ୍ତ କରୁଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ