July 1, 2025
Home » ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ, କର୍ମଚାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ

ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ, କର୍ମଚାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ

0
WhatsApp Image 2025-01-03 at 8.00.52 PM

ସୁବର୍ଣ୍ଣପୁର–ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକରେ କାର୍ଯ୍ୟରତ ସମସ୍ତ ପିଇଓ ଏବଂ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ଜଣାପଡିଛି। ଅଦ୍ୟାବଧି ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ପିଇଓଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତକୁ ଗିରଫ କରା ଯାଇପାରିନାହିଁ । ପୋଲିସ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଥିବା ବେଳେ କାହା ଚାପରେ ପୋଲିସ ନିରବଦ୍ରଷ୍ଟା ସାଜିଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଯାଲୋଇ ରେ କାର୍ଯ୍ୟରତା ମହିଳା ପିଇଓ ରିତାଞ୍ଜଳୀ ପାଣିଗ୍ରାହୀଙ୍କୁ ଗତ ୨୪ତାରିଖରେ ଜଣେ ବ୍ୟକ୍ତି ଦୁର୍ବ୍ୟବହାର କରିବା ସହ ଧମକ ଚମକ୍ ଦେଇଥିଲେ। ଏନେଇ ସେ ଥାନାରେ ଏତଲା ମଧ୍ୟ ଦେଇଥିଲେ। ହେଲେ ଆଜିକୁ ୮ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ । ଯାହା ରାଜନୈତିକ ଚାପ ଯୋଗୁଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଞ୍ଚଳରେ ଆଲୋଚନା ହେଉଛି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *