February 6, 2026
Home » ପୌରାଞ୍ଚଳ ପକ୍ଷରୁ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

ପୌରାଞ୍ଚଳ ପକ୍ଷରୁ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

0
WhatsApp Image 2026-01-17 at 5.51.44 PM

ପୁରୀ :ପୁରୀ ପୌରାଞ୍ଚଳ ପକ୍ଷରୁ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବନ୍ଦେ ମାତରମ କେବଳ ଏକ ସଂଗୀତ ନୁହେଁ, ଏହା ଆମ ଜାତୀୟ ଭାବନା ସଂପ୍ରିତୀର ପ୍ରତୀକ ବୋଲି କହିଥିଲେ।ବଙ୍କିମଚନ୍ଦ୍ର ଙ୍କ କାଳଜୟୀ ସାହିତ୍ୟ ଆନନ୍ଦ ମଠରେ ଏହା ସ୍ଥାନିତ ହୋଇ ସେତେବେଳେ ଲକ୍ଷ ଲକ୍ଷ ଦେଶପ୍ରେମୀ ଙ୍କୁ ସଂଗ୍ରାମ ପାଇଁ ପ୍ରେରଣା ଦେଇଥିଲା।ବନ୍ଦେ ମାତରମ ର ପ୍ରତିଟି ପଂକ୍ତି ଦେଶ ମାତୃକାର ବନ୍ଦନା ଓ ଦେଶପ୍ରେମ ପାଇଁ ଅନୁପ୍ରାଣିତ କରିଥାଏ ବୋଲି ସହ କହିଥିଲେ।

ମାଷ୍ଟର ଟ୍ରେନର ରଶ୍ମିରେଖା ସାମନ୍ତରାୟ ଓ ସ୍ମିତାରାଣୀ ପଣ୍ଡା ବନ୍ଦେ ମାତରମର ଉତ୍ପତ୍ତି, ଜାତୀୟତା ଭାବନା ସହ ଜଡିତ ତାହାର ପ୍ରତିଟି ଶବ୍ଦ ଏବଂ ଭାବାବେଗ ସମ୍ପର୍କରେ ଆଲୋଚନା କରିବା ସହ ସାମୁହିକ ଭାବେ ବନ୍ଦେମାତରମ ସଂଗୀତ ପରିବେଷଣ ଓ ଆତ୍ମନିର୍ଭର ଭାରତର ଶପଥ ପାଠ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଅରିଜିତ ନାୟକ, ଜିଲ୍ଲା କ୍ରୀଡା ଅଧକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଟିଆରଓ ଶୋଭନ ପଟ୍ଟନାୟକ, ପ୍ରସନ୍ନ କୁମାର ବେହେରା, ଦୀପକ କୁମାର ଶୁକ୍ଲା,ଇପସିତା ମହାନ୍ତି ଓ ଶକ୍ତି ସୁଧା ଦାସ ପ୍ରମୁଖ ବନ୍ଦେ ମାତରମ ର ସଂକଳ୍ପ,୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପୁରୀ ପୌରପାଳିକା ସିଓ ରେଶମା ମହାନ୍ତି ସମସ୍ତଙ୍କୁ ସ୍ବାଗତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ନାଚଘର ପକ୍ଷରୁ କୁମାର ଭୀମସେନ ଓ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *