October 23, 2025
Home » ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ଵାୟତ୍ତ ଶାସନ ଦିବସ ୨୦୨୫ ମହାଆଡ଼ମ୍ବରରେ ପାଳିତ

ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ଵାୟତ୍ତ ଶାସନ ଦିବସ ୨୦୨୫ ମହାଆଡ଼ମ୍ବରରେ ପାଳିତ

0
WhatsApp Image 2025-09-02 at 12.33.20 AM

 

ସୁନାବେଡ଼ା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ଵାୟତ୍ତ ଶାସନ ଦିବସ ୨୦୨୫ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ,ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ପାତ୍ର, ଉପାଧ୍ୟକ୍ଷା ଋତୁ କଣ୍ଟା, ସାଂସଦଙ୍କ ପ୍ରତିନିଧୂ ପ୍ରଶାନ୍ତ କର, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ, ମୁଖ୍ୟବକ୍ତା ଭାବେ ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଉଷାରାଣୀ ଦାସ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମାଛ ରାଜ୍ୟରେ ମୋହନ ମାଝି ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ସହରାଞ୍ଚଳର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଲାଗୁ କରିଥିବା ନେଇ ତାଙ୍କ ସ°ଭାଷଣରେ କହିଥିଲେ।
ସେହିପରି ସୁନାବେଡ଼ା ପୌରାଞ୍ଚଳରେ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ଉପସ୍ଥାପନା କରିବା ସହ ସୁନାବେଡ଼ାକୁ ଏକ ସ୍ୱଚ୍ଛ, ସୁନ୍ଦର ଏବଂ ଉତ୍କୃଷ୍ଟ ସହରାଞ୍ଚଳ କରିବାରେ ସହଯୋଗ ପାଇଁ ସମ୍ମାନିତ ଅତିଥିଗଣ ତାଙ୍କ ସମ୍ଭାଷଣରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସ୍ଵାୟତ୍ତ ଶାସନ ଦିବସ ୨୦୨୫ ପାଳନ ଅବସରରେ ସୁନାବେଡ଼ା ପୌର ପରିଷଦ ଦ୍ବାରା ଶନିବାର (୩୦/୦୮/୨୫) ଦିନ କାଉନସିଲ ବୋଡି ଏବଂ ମ୍ୟୁନିସିପାଲିଟି କର୍ମଚାରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିଥିବା ବେଳେ ସୁନାବେଡା ପୌରପାଳିକା ଏକ ସଡକ ସୁରକ୍ଷା ସଚେତନତା ରାଲିର ଆୟୋଜନ କରି ଜନସାଧାରଣଙ୍କୁ ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧିବା ଏବଂ ଟ୍ରାଫିକ ନିୟମ ପାଳନ କରିବା ବିଷୟରେ ଅବଗତ କରାଇଛି ।
ଏଥିସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଏଚ୍ଏସସି ଏବଂ ସିବିଏସ୍‌ସି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥ‌ିବା ବିଦ୍ୟାର୍ଥୀଙ୍କୁ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତିତ୍ଵଙ୍କୁ ସମ୍ମାନୀତ କରି ପୁରସ୍କୃତ କରାଯାଇଥିଲା। ଏହା ପରେ ବିଦ୍ୟାର୍ଥୀଙ୍କ ଦ୍ଵାରା ଅତି ସୁନ୍ଦର ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅତି ସୁନ୍ଦର ଭାବେ ଲକ୍ଷ୍ମୀଧର ମହାପାତ୍ର ଓ ଶ୍ରୀଧର ପରିଡ଼ା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ
କାଉନସିଲର, କର୍ମଚାରୀଙ୍କ ସହଯୋଗ କରି କାର୍ଯ୍ୟକ୍ରମ ସଫଲ୍ୟ ମଣ୍ଡିତ କରିଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *