July 1, 2025
Home » ପୌର ପରିଷଦ ସ୍ତରୀୟ ‘ପରବ’ -୨୦୨୪ ଉଦ୍‌ଯାପିତ

ପୌର ପରିଷଦ ସ୍ତରୀୟ ‘ପରବ’ -୨୦୨୪ ଉଦ୍‌ଯାପିତ

0
WhatsApp Image 2024-11-25 at 1.29.01 PM

କୋରାପୁଟ ପୌର ପରିଷଦ ସ୍ତରୀୟ ‘ପରବ’ -୨୦୨୪ ଉଦ୍‌ଯାପିତ ହୋଇଯାଇଛି। ୧୮/୧୧/୨୦୨୪ ଠାରୁ ୨୪/୧୧/୨୦୨୪ ତାରିଖ ପର୍ଯ୍ୟନ୍ତ ଗତ ଛଅ ଦିନ ଧରି ଚାଲି ରହିଥ‌ିବା ‘ପରବ’ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ବିଭିନ୍ନ ସଂସ୍କୃତିକ ପ୍ରତିଯୋଗିତା ମାଧ୍ୟମରେ ଦିନ ସାରା ଅନୁଷ୍ଠିତ ହୋଇଥିଲା।
ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ରଘୁରାମ ପଦଲ, ଉପଜିଲ୍ଲାପାଳ,ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର,ମ୍ୟୁନିସିପାଲଟି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଉପାଧ୍ୟକ୍ଷ,ସମସ୍ତ କାଉନସିଲର ଯୋଗଦାନ କରିଥିଲେ । ଅତିଥି ମାନେ ପରବ ନେଇ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ।

ପରବ ମହୋତ୍ସବ ଅବସରରେ ତା-୧୮/୧୧/୨୦୨୪ ସକାଳ ୮.୦୦ ଘଟିକା ସମୟରେ କୋରାପୁଟ ଅଧିଷ୍ଠାତ୍ରୀ ଦେବୀ ମାଁ ମୁତ୍ୟାଲୁମା ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ସରିବା ପରେ ନାଚଗୀତ ସହ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ଟାଉନ ହଲ ପହଞ୍ଚିଥିଲେ । ଅତିଥି ମାନେ ପରବ ନେଇ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ ।

୧୮ ଓ ୧୯ ତାରିଖରେ ଶାରୀରିକ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ୨୦-୨୪ ତାରିଖ ପର୍ଯ୍ୟନ୍ତ ଓଡିଶୀ ନୃତ୍ୟ, ଲୋକ ନୃତ୍ୟ, ଆଦିବାସୀ ନୃତ୍ୟ(୦-୧୬ ଓ ୧୬ରୁ ଉର୍ଦ୍ଧ୍ବ),ପ୍ରବନ୍ଧ ଲିଖନ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ,ଭଜନ, ଲୋକ ସଙ୍ଗୀତ, ଆଦିବାସୀ ସଙ୍ଗୀତ, ବଂଶୀ, ଢ଼ାମ୍ଫ, ମହୁରୀ, (କନିଷ୍ଠ ଓ ବରିଷ୍ଠ),ପିଠଉ ଝୋଟି (କେବଳ ମହିଳା),ଗୀତମରା (ବୟସସୀମା ନାହିଁ) ଭଳି କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଉକ୍ତ ପ୍ରତିଯୋଗିତା ମାନଙ୍କରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ମଞ୍ଚାସିନ ଥିବା ମୁଖ୍ୟ ଅତିଥି ଦ୍ଵାରା ପୁରସ୍କୃତ କରିଥିବା ବେଳେ ଓଡ଼ିଶୀ କ୍ଲାସିକାଲ ନୃତ୍ୟାଙ୍ଗନା ସଂସ୍କୃତି ମହାକୁଡ଼ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । କୋରାପୁଟର ପୂର୍ବତନ ବିଧାୟକ ରୋଘୁରମ୍ ପଡ଼ାଲ ସହ କାଉନସିଲର ମାନେ ମଞ୍ଚ ଉପରେ ଧୁମ୍ ନାଚିଲେ। ଉକ୍ତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଏଙ୍କରିଂ କରିଥିଲେ । ପରବ ପାଳନ ଅବସରରେ ମୁନିସିପାଲଟିର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *