ପୌର ପରିଷଦ ସ୍ତରୀୟ ବନ୍ଦେ ମାତରମ୍ବର ୧୫୦ତମ ବାର୍ଷିକ ସମାରୋହ ଅନୁଷ୍ଠିତ
filter: 0; fileterIntensity: 0.0; filterMask: 0; module: portrait; hw-remosaic: false; touch: (-1.0, -1.0); modeInfo: Beauty ; sceneMode: 8; cct_value: 3652; AI_Scene: (-1, -1); aec_lux: 194.00664; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 36;
ନୟାଗଡ : ନୟାଗଡ ଆମ ଦେଶ ଭାରତର ସ୍ବାଧୀନତା ଆନ୍ଦୋଳନକୁ ଉଜ୍ଜୀବିତ କରିଥିବା ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ତମ ବାର୍ଷିକ ସମାରୋହ ନୟାଗଡ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୌରପରିଷଦ ସ୍ତରୀୟ ଏହି ଉତ୍ସବରେ ୨୨ ବିଦ୍ୟାଳୟର ୧୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ସାମହିକ ଗୀତ ଗାନ କରିବା ସହିତ ସ୍ବଦେଶୀ ସଂକଳ୍ପ ପତ୍ର ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂଜ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଯୋଗଦେଇ ପିତାମାତାମାନେ ନିଜର ସନ୍ତାନଙ୍କୁ ଦେଶ ମାତୃକା ସେବାରେ ନିଜ ସେବାକୁ ସମର୍ପଣ କରିବାକୁ ଗୁରୁତ୍ଵରୋପ କରିଥିଲେ।

ଅନ୍ୟତମ ଅତିଥ୍ୟ ଭାବେ ଉପଖଣ୍ଡ ପୋଲିସ ଅଧୂକାରୀ ଡ.ଜ୍ୟୋତି ରଞ୍ଜନ ସାମନ୍ତରାୟ ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ, ମଣ୍ଡଳ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ସଞ୍ଜୟ ମଲ୍ଲିକ ପ୍ରମୁଖ ଯୋଗଦେଇ ସମାବେଶର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଉନସିଲର କର୍ମଚାରୀମାନେ ସହଯୋଗ କରିଥିଲେ ।ପୌରାଧକ୍ଷା ନିରୁପମା ଖଟେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଓଡ଼ିଆ ପ୍ରବନ୍ଧ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୬୪ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। କବି ଗୋପୀନାଥ ସେଠୀ ମଞ୍ଚରେ ସଂଯୋଜନା କରିଥିଲେ ।
