ପୌଷ୍ୟପୂର୍ଣ୍ଣିମା ଅବସର ରେ ତିର୍ଥରାଜ ମୋହଦଧିଙ୍କ ର ୨୦ତମ ବାର୍ଷିକ ଉତ୍ସବ।
ପୁରୀ:- ଆପଣ ଜାଣତି ଶ୍ରୀପୁରୁଷୋତମ କ୍ଷେତ୍ର ପୁରୀର ମୋହଦଧି ଭଗବାନଙ୍କୁ ଭଗବତ୍ପାଦ ଶିବାବତାର ଶଙ୍କରାଚାର୍ଯ୍ୟ ପୂର୍ବାପ୍ରାୟ ଶ୍ରୀଗୋବଦ୍ଧନମଠ-ପୁରୀପୀଠାଧୀଶ୍ୱର ମାନ୍ୟ ତୀର୍ଥ ଉଦ୍ଘୋଷିତ କରିଛନ୍ତି । ତାଙ୍କଦ୍ୱାରା ଭଦ୍ଭାଷିତ ଦଶନାମୀ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ସାଗରନାମ୍ନୀ ସନ୍ନ୍ୟାସୀମାନଙ୍କୁ ସାଗର ଓ ତାହାର ଉପକୂଳବର୍ତୀ କ୍ଷେତ୍ରକୁ ସୁରକ୍ଷିତ ତଥା ସୁସଂସ୍କୃତ ରଖୁବା ଦାୟିତ୍ଵ ପ୍ରାପ୍ତ ହୋଇଛି ।

ସିନ୍ଧୁ ଶ୍ରୀମନ୍ନାରାୟଣ ଭଗବାନଙ୍କ ନିବାସସ୍ଥାନ । ଜଳ ଜୀବର ଜୀବନ । ତେଣୁ ବିଗତ २० ବର୍ଷ ଧରି ପୂର୍ବାମୁୟ ଶ୍ରୀଗୋବର୍ଦ୍ଧନମଠ-ପୁରୀପୀଠ ତରଫରୁ ନିତ୍ୟ ସନ୍ଧ୍ୟା ସମୟରେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖରେ ପବିତ୍ର ମହୋଦଧୂ ଆରତୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଆସ୍ଥା ଓ ବିଶ୍ୱାସ ପୂର୍ବକ ବିଧୁବିଧାନର ସହ ସମ୍ପନ୍ନ ହୋଇ ଆସୁଅଛି । କାର୍ଯ୍ୟକ୍ରମର ବାର୍ଷିକ ମହୋତ୍ସବ ମଧ୍ଯ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଅପରାହ୍ନ ସମ୍ପନ୍ନ ହୋଇ ଆସୁଅଛି ।

ପବିତ୍ର ପୌଷ ପୂର୍ଣିମା, ତଦନୁସାରେ ତା ०३. ०१. २०२६ରିଖ ୪.୩୦ ମିନିଟଠାରୁ ରାଷ୍ଟ୍ରୋତ୍କର୍ଷ ଓ ବିଶ୍ଵକଲ୍ୟାଣକାରୀ ଭାବନାରେ ପବିତ୍ର ମୋହଦଧି ଆରତୀର ବାର୍ଷିକ ଉତ୍ସବ ପାଳନ କରାଯାଇଛି ।ପୂଜ୍ୟପାଦ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ, ପୁରୀ ନରେଶ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ, ପୂଜ୍ୟ ସନ୍ଥ, ମହନ୍ତ ଏବଂ ମଠାଧୀଶଙ୍କ ଦିବ୍ୟ ସାନ୍ନିଧରେ ଏହି ପବିତ୍ର ମହୋତ୍ସବ ସମ୍ପନ୍ନ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ପୁରୀ ଗଜପତି ମହାରାଜା , ଓଡ଼ିଶା ସରକାର ଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସମେତ ବହୁ ପ୍ରତିଷ୍ଠିତ ମଠାଧୀଶ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରୁଥିଲେ ଶ୍ରୀ ଋଷିକେଶ ବ୍ରହ୍ମଚାରୀ, ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଓ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ।
