July 1, 2025
Home » ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ବନମାଳୀ

ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ବନମାଳୀ

0
WhatsApp Image 2025-06-08 at 9.37.40 AM

ସୁବର୍ଣ୍ଣପୁର— ବୌଦ୍ଧ ଜିଲ୍ଳାପାଳ ଙ୍କ ସଦଭାବନା ଗୃହ ରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଓଡ଼ିଶା ସରକାରଙ୍କ ତରଫରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲର ସହକାରୀ ଶିକ୍ଷକ ତଥା ବ୍ଲଡ ହିରୋ ବନମାଳୀ ମେହେର ପ୍ରକୃତି ବନ୍ଧୁ ଭାବରେ ପୁରସ୍କୃତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ବୌଦ୍ଧ ଡିଏଫ୍ଓ ଦେବପ୍ରିୟ କମ୍ପ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। କଣ୍ଟାମାଳ ବ୍ଲକରେ ବୃକ୍ଷ ରୋପଣ,ମନ୍ଦିର ଐତିହ ସ୍ଥଳୀର ସୁରକ୍ଷା ସହ ବିଭିନ୍ନ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି । ସର୍ବୋକୃଷ୍ଟ ବିବେଚିତ ହୋଇଥିବାରୁ ପ୍ରୋତ୍ସାହନ ସ୍ବରୂପ ଦଶ ହଜାର ଟଙ୍କା ପୁରସ୍କାର ସହିତ ପ୍ରମାଣପତ୍ର ଶ୍ରୀବନମାଳୀଙ୍କୁ ପ୍ରଦାନ କରାଯାଇଛି।ପ୍ରକାଶଥାଉକି ବିଗତ ଦିନରେ ଶ୍ରୀମେହେରଙ୍କ ପ୍ରସଂଶନୀୟ କାର୍ଯ୍ଯ ପାଇଁ କଣ୍ଟାମାଳ ବିଦ୍ୟାଳୟ ମହାମହିମ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ରାଜ୍ୟ ଶ୍ରେଷ୍ଠ ଜୁନିଅର୍ ରେଡ଼କ୍ରସ୍ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଛି ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ କରି ବିଦ୍ୟାଳୟକୁ ଗୌରବାନିତ୍ଵ କରିଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *