ପ୍ରଜାପିତା ବ୍ରହ୍ମକୁମାରୀ ନୂତନ ପାଠାଶାଳା ଉଦ୍ଘାଟନ

ଭୁବନେଶ୍ୱର: ସ୍ଥାନୀୟ ମଂଚେଶ୍ୱର ସନ୍ନିକଟ ଗଣେଷ ବିହାର ସ୍ଥିତ ବାଲିଯାତ୍ରା ପଡିଆ ସମ୍ମୁଖରେ ବ୍ରହ୍ମାକୁମାରୀ ନୂତନ ପାଠଶାଳା ଉଦ୍ଘାଟିତ ହୋଇଛି।
ଏଥିରେ ଆଦିମାତା କଲୋନୀ ଶାଖାର ଭାରପ୍ରାପ୍ତ ବିକେ ମଂଜୁବାଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପୂର୍ବତଟ ରେଳବାଇର ବରିଷ୍ଠ ଯନ୍ତ୍ରୀ ବି.କେ ଭଜହରି ବେହେରା, ମିସେସ ଜ୍ୟୋସ୍ନାରାଣୀ ବେହେରା, ବିକେ ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଉତ୍ସବରେ ୨୪୫ ବ୍ରହ୍ମାକୁମାର ଏବଂ କୁମାରୀ ଙ୍କ ସମେତ ରେଳମରାମତି ବିଭାଗର ତିନିଶହରୁ ଅଧିକ କର୍ମଚାରୀମାନେ ଓ ତାଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ।