ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଫୁଲବାଣୀର , ରଜତ ଜୟନ୍ତୀ ଉତ୍ସବ।
କନ୍ଧମାଳ ଜିଲା ସଦର ମହକୁମା କରୋନେସନ ପଡିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଫୁଲବାଣୀର ,ରଜତ ଜୟନ୍ତୀ ଉତ୍ସବତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଇଶ୍ୱରୀୟ ସେବାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଫୁଲବାଣୀ ସେବା କେନ୍ଦ୍ର ପକ୍ଷରୁ ଆୟୋଜିତ ରଜତ ଜୟନ୍ତୀ ଉତ୍ସବ ଅବସରରେ ବ୍ରହ୍ମାକୁମାରୀ ରାଜଯୋଗୀନୀ ଭଗୀନି ବି କେ ଶିବାନୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ନିଜର ଭୌତିକ ସୁଖ ଶାନ୍ତିରୁ ଉର୍ଦ୍ଧ୍ବକୁ ଯାଇ ପରମପିତା ପରମବ୍ରହ୍ମଙ୍କ ଠାରେ ସମର୍ପିତ ହେବାକୁ ଯାହା ଆବଶ୍ୟକ ସେ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ସମାଜକୁ ନିଶା ମୁକ୍ତ ଓ ଦୁର୍ନୀତି ମୁକ୍ତ କରିବାକୁ ସରକାର ରାଜଯୋଗୀ ନୀ ଭଗିନୀମାନଙ୍କ ସହଯୋଗ ପାଇଁ ଆଗେଇ ଆସୁଛନ୍ତି।ଆତ୍ମା କିଏ, ଯିଏ ଶରୀର ରୂପି ଗାଡିରେ ଆତ୍ମାରୂପି ଡ୍ରାଇଭର ହୋଇ ସଠିକ ରାସ୍ତାରେ ନେଇ ମୋକ୍ଷପ୍ରାପ୍ତିର ମାର୍ଗ ଦେଖିବା ଆବଶ୍ୟକ।ନିଶା ନିବାରଣ ପାଇଁ ସରକାର ପଦକ୍ଷେପ ନେଲେ ବହୁ ମୂଲ୍ୟବାନ ଜୀବନ ବଞ୍ଚିଯାଇପାରନ୍ତା।ଯାହା ରାଜଯୋଗୀନୀ ଭଗିନି ମାନେ ସେବା ମାଧ୍ୟମରେ ସଫଳତା ପାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛନ୍ତି। ଏହି ଅବସରରେ ରାମନାଥ ଭାଇ, ରାଜଯୋଗୀନି ପ୍ରବୀଣା ଦିଦି, ଜିଲା।ମୁଖ୍ୟ ଚିକିତ୍ସାଧିକାରୀ ଡଃ ସନ୍ତୋଷ ପାଢୀ, ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା ପ୍ରମୁଖ ଯୋଗଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଦୁର୍ନୀତି କୁ ପ୍ରଶୟ ଦେଉନଥିବା ଜିଲା ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଡଃ ଅକ୍ଷୟ କୁମାର ପଣ୍ଡାଙ୍କୁ ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହା ସହକନ୍ଧମାଳ ରେ କାର୍ଯ୍ୟ କରୁଥିବା ତିନିଜଣ ପୋଲିସ ଅଧିକାରୀଙ୍କୁ ମଞ୍ଚରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଫୁଲବାଣୀ ଶାଖାର ରଜତ ଜୟନ୍ତୀ ଉତ୍ସବ ଅବସରରେ ବହୁ ରୋଜଯୋଗିନୀ ଭାଇ ଓ ଭଉଣୀମାନେ ବିଭିନ୍ନ ଜିଲାରୁ ଯୋଗଦାନ କରାଇଥିଲେ। ଏହି ରଜତ ଜୟନ୍ତୀ ଉତ୍ସବକୁବିଭିନ୍ନ ଜିଲା ଓ ରାଜ୍ୟର ପ୍ରଜାପିତା ବ୍ରହ୍ମା କୁମାରୀମାନେ ଆନନ୍ଦ ଉଲ୍ଲାସର ସହ ସାକାର କରିଥିଲେ।ଶେଷରେ ପ୍ରତ୍ୟହ ସଂନ୍ଧ୍ୟାରେ ଆଧ୍ୟାତ୍ମିକ ଆଲୋଚନା ନିୟମିତ ଲାଗିରହିଛି।
