August 27, 2025
Home » ପ୍ରତାପପୁର ଉ. ପ୍ରା. ବିଦ୍ୟାଳୟରେ ରାଧା କୃଷ୍ଣ ବେଶ ପ୍ରତିଯୋଗୀତା ଅନୁଷ୍ଠିତ

ପ୍ରତାପପୁର ଉ. ପ୍ରା. ବିଦ୍ୟାଳୟରେ ରାଧା କୃଷ୍ଣ ବେଶ ପ୍ରତିଯୋଗୀତା ଅନୁଷ୍ଠିତ

0
WhatsApp Image 2025-08-16 at 6.08.18 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଉ.ପ୍ରା.ବିଦ୍ୟାଳୟରେ ରାଧା କୃଷ୍ଣ ବେଶ ପ୍ରତିଯୋଗୀତା ଆୟୋଜିତ ହୋଇ ଯାଇଛି । ଏଥିରେ ବିଦ୍ୟାଳୟର ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଗ୍ରାମର ଭଦ୍ରବ୍ୟକ୍ତି ଶ୍ରୀ ରଣଜିତ ମାଝି ଏଥିରେ ବିଚାରକ ଭାବରେ ଯୋଗ ଦାନ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ବାଘ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ଶ୍ରେଣୀର ରିତିକ କଠାର ଦ୍ୱିତୀୟ ସ୍ଥାନ ଓ ତୃତୀୟ ଶ୍ରେଣୀର ଓଁକାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହା ସହିତ ଆଜି ସ୍ୱତନ୍ତ୍ର ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ଗୋପେଶ ପଣ୍ଡା ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠିତ ସୁନ୍ଦର ବେଶ ପ୍ରତିଯୋଗୀତା ଦେଖିବାକୁ ବହୁ ସଂଖ୍ୟାରେ ଅଭିଭାବକ ଅଭିଭାବିକା ଯୋଗଦେଇଥିଲେ । ରାଧା କୃଷ୍ଣ ମାନଙ୍କ ଦ୍ବାରା ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଅଧାରୁ ପାଠ ଛାଡିଥିବା ବା ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ଛାତ୍ର ଛାତ୍ରୀଙ୍କୁ ଚିହ୍ନଟ କରି ବୟସ ଉପଯୋଗୀ ଶ୍ରେଣୀରେ ବା ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷା ଅଧିକାରରୁ ବଞ୍ଚିତ ନ ହେବା ନିମନ୍ତେ ଆଲୋଚନା କରାଯାଇଥିଲା ।ଏହା ପରେ ସ୍ଵତନ୍ତ୍ର ଶିକ୍ଷା ସଚେତନତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱାରା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହା ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବାରୁ ଅଭିଭାବକମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି ଓ ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *