July 1, 2025
Home » ପ୍ରତିଭା ଆବାସିକ ବିଦ୍ୟାଳୟର ସଫଳତା !

ପ୍ରତିଭା ଆବାସିକ ବିଦ୍ୟାଳୟର ସଫଳତା !

0
WhatsApp Image 2025-05-22 at 9.14.42 PM (1)

ଛତ୍ରପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତଥା ଯୁକ୍ତ ଦୁଇ କଳା ଓ ବିଜ୍ଞାନ ପରୀକ୍ଷା-୨୦୨୫ ଫଳାଫଳ ପ୍ରକାଶ ପାଇଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଥିବା ପ୍ରତିଭା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ର ଆଶ୍ଚର୍ଯ୍ୟ ଜନକ ସଫଳତା ଲାଭ ହୋଇଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯାହା ଛତ୍ରପୁର ସହରରେ ୨୦୧୦ ମସିହାରେ ପ୍ରତିଷ୍ଠିତ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତୀତ୍ୱ ଅର୍ଜନ ବେଶ୍ ପ୍ରଶଂସନୀୟ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ବାର୍ତ୍ତା ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା କୁ ଆହ୍ବାନ କରାଯାଇଥିଲା । ଗୁରୁବାର ଅନୁଷ୍ଠିତ ଅଭିଭାବକ ଙ୍କ ଗହଣରେ ଏକ ସ୍ବତନ୍ତ୍ର ଭବ୍ୟ-ଆସରର ଅୟୋଜନ କରାଯାଇ କୃତ୍ତିତ୍ଵ ହାସଲ କରିଥିବା ସର୍ବାଧିକ ନମ୍ବର ରଖିଥିବା ୬ଜଣ ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇ ତାଙ୍କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।


ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଚିନ୍ମୟ କୁମାର୍ ଦାସ୍ ଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ସହ ପୁରସ୍କାରରେ ସମ୍ମାନୀତ କରାଯାଇଛି । ବିଜ୍ଞାନ ବିଭାଗରେ ସର୍ବାଧିକ ନମ୍ବର ୫୫୪ ରଖି ଅମିତ୍ ପ୍ରଧାନ ଏ-୧ ରେ ଟପର ହୋଇଛନ୍ତି । ସେହିପରି ପୂର୍ଣ୍ଣ ଚନ୍ଦ୍ର ପାହନ ଓ ରାହୁଲ୍ ସ୍ୱାଇଁ ୫୫୨ ନମ୍ୱର ରଖି ଥିବା ବେଳେ ବନ୍ଦନା ଶୁଭଦର୍ଶନୀ ପଣ୍ଡା ୫୪୯ ନମ୍ୱର, ଶୁଭଶ୍ରୀ ଖୁଣ୍ଟିଆ ୫୪୮ଏବଂ ଦୀପକ୍ ବିଶ୍ବାଳ ୫୪୪ ନମ୍ୱର ରଖି କୃତ୍ତିତ୍ଵ ହାସଲ କରିଛନ୍ତି । ବାସ୍ତବିକ୍ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କଳା ବିଭାଗରେ ସର୍ବମୋଟ ୮୯ ଜଣ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୮୧ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । କଳା ବିଭାଗରେ ପ୍ରଥମ ସ୍ଥାନରେ ୧୪ ଜଣ, ଦ୍ବିତୀୟ ସ୍ଥାନରେ ୩୬ ଜଣ ତୃତୀୟ ସ୍ଥାନରେ ୩୦ ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବିଜ୍ଞାନ ବିଭାଗରେ ଅଧ୍ୟୟନ କରି ୧୨୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ୧୨୮ ଜଣ ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ଏ-୧ ରେ ସର୍ବମୋଟ ୬ଜଣ ତଥା ପ୍ରଥମ ସ୍ଥାନରେ ୧୦୨ ଜଣ, ଦ୍ବିତୀୟ ସ୍ଥାନରେ ୧୯ ଜଣ ତୃତୀୟ ସ୍ଥାନରେ ୭ ଜଣ ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ଏହି ଶିକ୍ଷାନୁଷ୍ଠାନ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଥିବା ଦେଖାଦେଇଛି । ଏ ନେଇ ବିଭିନ୍ନ ମହଲରେ ଅନୁଷ୍ଠାନର ଉଦ୍ୟକ୍ତାଙ୍କୁ ସାଧାରଣରେ ସାଧୁବାଦ ଜ୍ଞାପନ କରାଯାଇଛି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *