May 9, 2025
Home » ପ୍ରତିଭା କଲେଜ୍ ରେ ଯୁକ୍ତଦୁଇ ଦ୍ବିତୀୟବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା !

ପ୍ରତିଭା କଲେଜ୍ ରେ ଯୁକ୍ତଦୁଇ ଦ୍ବିତୀୟବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା !

0
WhatsApp Image 2025-03-20 at 3.25.11 PM

ପ୍ରତିଭା କଲେଜ୍ ରେ +୨ ଦ୍ବିତୀୟବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା !

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଏକମାତ୍ର ଆବାସିକ ମହାବିଦ୍ୟାଳୟ ପ୍ରତିଭା କଲେଜ୍ ରେ ଯୁକ୍ତଦୁଇ ଦ୍ବିତୀୟବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ସମାରୋହ ବର୍ଣ୍ଣାଢ଼୍ୟ ଉତ୍ସବରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି ।
ପ୍ରତିଭା କଲେଜ୍ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟୟନ କରୁଥିବା ଏହି ଅନୁଷ୍ଠାନର ୨୦୭ ଜଣ ଯୁକ୍ତଦୁଇ ଦ୍ବିତୀୟବର୍ଷ ଛାତ୍ରଛାତ୍ରୀ ଏବଂ ଯୁକ୍ତଦୁଇ ପ୍ରଥମ ବର୍ଷର ଅଧ୍ୟୟନରତ ୩ ଶହ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ନିଆରା ସମ୍ମେଳନ ମଧ୍ୟରେ ଏକ ଭବ୍ୟସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା ।


ସାଂସ୍କୃତିକ ବିଦ୍ଭବ ଭରା କାର୍ଯ୍ୟକ୍ରମ ମଧ୍ୟରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଦର ମହକୁମା ଛତ୍ରପୁର କଲେକ୍ଟ୍ରେଟ୍ ରେ ଅବସ୍ଥାପିତ ପ୍ରୋବେସନାରୀ ଓ.ଏ.ଏସ. ଅଧିକାରୀ ତଥା ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ମନୋରଞ୍ଜନ ନାୟକ, ସମ୍ମାନୀତ ଅତିଥି ଭାବେ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ତଥା ବରିଷ୍ଠ ଚାର୍ଟଏଡ୍ ଆକାଉଣ୍ଟାଟ୍ ନିରାକାର ପ୍ରଧାନ,ସମାଜସେବୀ ଅରୁଣ କୁମାର ଶତପଥୀ ପ୍ରମୁଖ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସକ୍ରୀୟ ଯୋଗଦାନ କରି ଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଚିନ୍ମୟ କୁମାର୍ ଦାଶ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଭେଟି ସ୍ବରୂପ ସଭିଁଏ ଛାତ୍ରଛାତ୍ରୀ ଙ୍କୁ ପଦକ ପ୍ରଦାନ ସହ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରି ଉତ୍ସାହିତ କରାଯାଇଥିଲା ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *