ପ୍ରତିଭା ସମ୍ମାନ ଓଡିଶା ଅନୁଷ୍ଠାନ ତରଫରୁ “କଳିଙ୍ଗ କନ୍ୟା ସମ୍ମାନ ୨୦୨୪” କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର ସଭାଗୃହରେ ତା ୨୯/୧୧/୨୦୨୪ ରିଖ ଶୁକ୍ରବାର ସନ୍ଧ୍ୟା ୦୬ ଘଟିକା ସମୟରେ ପ୍ରତିଭା ସମ୍ମାନ ଓଡିଶା ଅନୁଷ୍ଠାନ ତରଫରୁ କଳିଙ୍ଗ କନ୍ୟା ସମ୍ମାନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡଃ ଅଶୋକ କୁମାର ମହାପାତ୍ର ପୂର୍ବତନ ନିର୍ଦ୍ଦେଶକ ଏମସ ଭୁବନେଶ୍ବର ଏହି ସଭାରେ ସଭାପତିତ୍ଵ କରିଥିଲେ I ଉପସଭାପତି ଡ କୁମରବର ଦାସ ପ୍ରାକ୍ତନ କୂଳପତି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ସମାନନିଅ ବକ୍ତା ଭାବେ ଯୋଗଦେଇ କହିଲେ ନାରୀ ଜାତି ଆଜି ଶକ୍ତି ହୋଇଯାଇଚି I ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡ ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ନାରୀ ସବୁବେଳେ ସମାଜର ମଙ୍ଗଳ ଚାହେଁ I
ସର୍ବପ୍ରଥମେ ଓଡିଶାର ପ୍ରଥମ କଳିଙ୍ଗ କନ୍ୟା ପଦ୍ମଶ୍ରୀ ସ୍ଵର୍ଗତ ମା କମଳା ପୂଜାରୀଙ୍କର ଅମର ଆତ୍ମାର ଶାନ୍ତି ପାଇଁ ୦୩ ମିନିଟ୍ ନୀରବ ପାର୍ଥନା କରାଯାଇଥିଲା I ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଡ ସବିତା ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଜିର ସଭାରେ ଉପସ୍ଥିତ ରହି ନିଜ ବକ୍ତବ୍ୟରେ କହିଥିଲେ ଯେ ୧୦୦ ଜଣ କଳିଙ୍ଗ କନ୍ୟା ମାନେ ପ୍ରକୃତରେ ଓଡ଼ିଶାର ସଫଳ ଅଭିନେତ୍ରୀ ଅଟନ୍ତି । ସଂଗଠନ ର ସମ୍ପାଦକ ଶ୍ରୀ କ୍ଷେତ୍ରମୋହନ ବେହେରା, କୃଷକ ସମାଜସେବୀ ତାଙ୍କର ସମ୍ପାଦକୀୟରେ ରଖିଥିଲେବି ଗୋଟିଏ ବର୍ଷର ତପସ୍ୟାର ଅନ୍ତ ଘଟିଲା I ଗତ ବର୍ଷ ସେପ୍ଟେମ୍ବର ୧୫ ତାରିଖରୁ କଳିଙ୍ଗାକନ୍ୟା ଚୟନ କାର୍ଯ୍ୟ ଆରମ୍ଭ ହୋଇଥିଲା । ” ପିଲାଟି ଦିନରୁ ଝିଅ ଟିଏ ହେଉ କି ମହିଳା ଟିଏ ହେଉ ଗୋଟିଏ କାମରେ ନିଜକୁ ନିୟୋଜିତ କରି ଅଭାବ ଅସୁବିଧା, ଦୁଃଖ କଷ୍ଟ, ଅପମାନ ନିର୍ଯ୍ଯାତନା ସହ୍ୟ କରି ସେହି କାମରେ ସମୟ କ୍ରମେ ନିଜକୁ ପ୍ରତିଷ୍ଠିତ କରି ଆଜି ଶହ ,ହଜାର ପରିବାର ପାଇଁ ସମାଜିକ ବା ଅର୍ଥନୈତିକ ରାହା ସାଜିଛନ୍ତି” ଏହା ଥିଲା କଳିଙ୍ଗ କନ୍ୟା ଚୟନର ବିଶେଷତ୍ବ I ସାରା ରାଜ୍ୟ ଓଡ଼ିଶାର ୩୦ ଗୋଟି ଜିଲ୍ଲା ମଧ୍ୟରୁ ୧୦୦ ଜଣ ପ୍ରତିଭା ଧାରୀ ମହିଳା ଙ୍କୁ ଚୟନ କରାଯାଇଥିଲା । ସମସ୍ତ ମହିଳାଙ୍କର ସଂଘର୍ଷ କାହାଣୀକୁ ସଂଗ୍ରହ କରି ଏକ ପୁସ୍ତକ “କଳିଙ୍ଗ କନ୍ୟା” ନାମରେ ପ୍ରକାଶିତ ପୁସ୍ତକ ଏହି ସଭାରେ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।
ପ୍ରାୟ ୨୭ପ୍ରକାର କାର୍ଯ୍ୟରୁ ଏହି ବ୍ୟକ୍ତିତ୍ୱ ମାନଙ୍କୁ ସଂଗ୍ରହ କରାଯାଇ ଥିଲା । ବଣ ମଲିଟି ବନରେ ଫୁଟି ସେହି ଠାରେ ତାର ବାସ୍ନା ସୀମିତ ନରହୁ ଏବଂ ତାର କାହାଣୀ ସାରା ରାଜ୍ୟରେ ଲୋକମାନେ ଜାଣନ୍ତୁ… ଏହି ପ୍ରୟାସଟି ହେଉଛି ଆମ କଳିଙ୍ଗ କନ୍ୟା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ରୁ ୧୦୦ ଜଣଙ୍କ ମଧ୍ୟରୁ ୯୨ଜଣ କଳିଙ୍ଗ କନ୍ୟା ସମ୍ମାନରେ ସମ୍ମାନିତ ହୋଇଥିଲେ । ଅପରାହ୍ଣ ୦୪ ଘଟିକାରୁ ସନ୍ଧ୍ୟା ୦୬ ଘଟିକା ପର୍ଯ୍ୟନ୍ତ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ କଳିଙ୍ଗ କନ୍ୟାମାନେ ସେମାନଙ୍କର ସଙ୍ଘର୍ଷ କାହାଣୀ ସଭାରେ ପରିପ୍ରକାଶ କରିଥିଲେ I ଏହି ୧୦୦ ଜଣଙ୍କ ମଧ୍ୟରେ ସର୍ବଶ୍ରୀ ଶ୍ରୀମତୀ ସରୋଜିନୀ ମିଶ୍ର, କଟକ ପୂର୍ବତନ ଓମଫେଡ୍ ଚେୟାରମ୍ଯାନ,ପୁଷ୍ପିତା ମହାନ୍ତି ବସ୍ତିବାସିନ୍ଦାଙ୍କ ପାଇଁ,ଛାତ୍ର ନେତ୍ରୀ ସଂଘମିତ୍ରା ଜେନା, କଳାହାଣ୍ଡିରୁ ସାମାଜସେବୀ ଫୁଲମେ ମାଝୀ, କେନ୍ଦୁଝର ରୁ ଟସର କର୍ମୀ କୁନି ଦେହୁରୀ, ମାଲକାନଗିରିରୁ ସମାଜସେବୀ ମଙ୍ଗୁଳି ପଡିଆମ,ଝାରସୁଗୁଡ଼ାରୁ ସଞ୍ଜୁ ଲତା ନାୟକ, ସୁନ୍ଦରଗଡ଼ରୁ ଇପ୍ସିତI ବିଶ୍ଵାଳ (ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା),ଟେଲର ଚାନ୍ଦମଣି ମାଝୀ, ଭୁବନେଶ୍ବରରୁ ତାରା ଦାସ ଘିଅପିଠା ଉପରେ, ମମତା ମିଶ୍ର,ତାଳପତ୍ର ପୋଥି ଉପରେ,ସୁପ୍ରିଅI ଦାସ ସାମ୍ବାଦିକତା, ପୁରୀରୁ ଅନ୍ନପୂର୍ଣା ଛାଟୋଇ ମହୁ ଚାଷ, ଝୋଟ କାର୍ଯ୍ୟରେ ମାନସୀ ପୃଷ୍ଟି, ଭଦ୍ରକରୁ ସୋଫିଆ ଶେଖ୍ ସମାଜସେବା, ଅଞ୍ଜନା ମିଶ୍ର ବିୟୁଟି ପାର୍ଲର୍, ସମ୍ବଲପୁରରୁ ବିଦେଶିନୀ ପଟେଲ ସାମ୍ବାଦିକତା, କନ୍ଧମାଳରୁ ରେହେମା ଖାତୁନ ସାମ୍ବାଦିକା ,ଜଗତ୍ସିଂହପୁରରୁ ସ୍ନେହ ମୟୀ ଆଚାର୍ଯ ସମାଜସେବା, ସସ୍ମିତା ମହାପାତ୍ର ପିପିଲି ଚାନ୍ଦୁଆ, ତିଳତମI ମାଝୀ, ଶୁଖୁଆରେ, ବାସନା ଧାନ ଚାଷୀ ପ୍ରଜନକ କାଦମ୍ବିନୀ ବେହେରା, ଗଞ୍ଜମରୁ ଡ ଅନୀତା ସାବତ ଜିଆଇ ଟେଗ ସୁଜାତା ସାବତ ପାଢୀ ସାମ୍ବାଦିକତା, ରାୟଗଡା ଜିଲ୍ଲାରୁ ବିଦୁଲତା ହୁଇକା ଆଦିବାସୀଙ୍କୁ ନ୍ୟାୟ, ରାଜଶ୍ରୀ ଦଳାଇ ସାମାଜିକ କାର୍ଯ୍ୟ, ନୟାଗଡ଼ରୁ ପଦ୍ମିନୀ ସାହୁ, ସୋନପୁରରୁ ସୁପ୍ରଭା ଦାନୀ, ନବରଙ୍ଗପୁରରୁ କାଦମ୍ବିନୀ ତ୍ରିପାଠୀ ସମାଜସେବୀ, ପ୍ରଭାତୀ ପାତ୍ର ଲାଖ କାମ ,କୋରାପୁଟରୁ ପଦ୍ମଶ୍ରୀ ସ୍ଵର୍ଗତ ମା କମଳା ପୂଜାରୀ, ଯାଜପୁରରୁ ପଙ୍କଜିନି ସାହୁ ଅନାଥ ଆଶ୍ରମ, ଗଜପତିରୁ ସୁମତି ମିଶ୍ର କୃଷକ ଉତ୍ପାଦକ କମ୍ପାନୀ, ନୂଆପଡ଼ାରୁ ପାଞ୍ଚାଳୀ ମେହେର୍ ଏଫ୍ ପି ଓ,ବାଲେଶ୍ବରରୁ ସ୍ନେହ ଲତା ଦାସପତି ଓକିଲାତି, ସରୋଜିନୀ ଦାସ ବାଉଁଶ କାର୍ଯ୍ୟ, କନକଲତା ଦାସ ଲାଖ କାମରେ ନିଜ ନିଜର ପରିଦର୍ଶନରେ ସେମାନଙ୍କର ସଙ୍ଘର୍ଷମୟ କାହାଣୀ ବର୍ଣନା କରିଥିଲେ । ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ଦେବ ସଭା ପରିଚାଳନା କରିଥିଲେ I
ସଂଗଠନର ଟ୍ରଷ୍ଟୀ ଶ୍ରୀମତୀ ଅପର୍ଣା ନାୟକ ଏହି ସଭାରେ ଉପସ୍ଥିତ ଥିଲେ I ଏହି କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନ ପାଇଁ ଇଞ୍ଜିନିୟର କାହ୍ନୁ ଚରଣ ବେହୁରା, ରବି ନାରାୟଣ ପଣ୍ଡା, ସୁବ୍ରତ କୁମାର ନାୟକ, ଅଶୋକ କୁମାର ବାରିକ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଶୁଦ୍ଧିରଞ୍ଜନ ବାରିକ,ଅର୍ପିତା ବରାଳ ,ବନସ୍ମିତା ବାରିକ ଙ୍କର୍ ଅବଦାନ ଅତୁଳନୀୟ I ଶେଷରେ ଚେନାଇ ବିଶ୍ଵ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ସିନିରୁଦ୍ଧ ଦାସ ଜନ ଗଣ ମନ ଜାତୀୟ ସଙ୍ଗୀତ ଗାନ ପରେ ଧନ୍ୟବାଦ ଅର୍ପଣ କରିଥିଲେ I