ପ୍ରତ୍ୟାହୃତ ହୋଇଥିବା ସରକାରୀ ଚିଠି କୁ ପୁଣି ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର

-ଗତ ଅଗଷ୍ଟ ୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ମାନଙ୍କୁ ନିୟମିତ କରିବା ପାଇଁ ଚିଠି ସଂଖ୍ୟା -୨୧୨୬୮ ମାଧ୍ୟମରେ ବିଭାଗ ଦ୍ଵାରା ସୁପାରିଶ ହୋଇଥିଲା l ଏହି ସୁପାରିଶକୁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହ ଶିକ୍ଷା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଦର୍ଶାଇଥିଲେ ମାତ୍ର ବିଭାଗ ଏହି ସୁପାରିଶ ଚିଠିକୁ ଗତ ୮ ଅଗଷ୍ଟ ତାରିଖରେ ବିଭାଗ କୌଣସି କାରଣ ନ ଦର୍ଶାଇ ନିଜ ୱେବସାଇଟ ରୁ ହଟାଇ ନେବା ସହ ଚିଠିକୁ ପ୍ରତ୍ୟାହୃତ କରିନେଇଥିଲେ ।ଗତ ଅଗଷ୍ଟ ୧୨ ତାରିଖ ଦିନ ବୌଦ୍ଧ ଜିଲ୍ଲା କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ସଂଘ ୨୦୨୩ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ର ଆୟୋଜନ କରି ବିଭାଗ ଦ୍ଵାରା ଚିଠି ପ୍ରତ୍ୟାହାର କୁ ବିରୋଧ କରିବା ସହ ୬ ବର୍ଷ ଠିକା ବ୍ୟବସ୍ଥା ବା ଯୋଜନା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ଉଚ୍ଛେଦ କରିବା ଏବଂ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପ୍ରତ୍ୟାହୃତ ଚିଠିକୁ ଲାଗୁ କରିବା ପାଇଁ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଧେଶ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ସହକାରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଶୋଭାଯାତ୍ରା ଟି ବୌଦ୍ଧ କଚେରି ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ମାନଙ୍କୁ ନିୟମିତ କରିବା ପାଇଁ ସୁପାରିଶ ହୋଇଥିବା ଚିଠିକୁ ଲାଗୁ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିକୁ ୧୮ ଅଗଷ୍ଟ ପୂର୍ବରୁ କାର୍ଯ୍ୟକାରୀ କରା ନଗଲେ ୧୮ ତାରିଖ ଦିନ ଭୁବନେଶ୍ୱର ଗାନ୍ଧୀ ମାର୍ଗ ରେ ସମଗ୍ର ରାଜ୍ୟର କନିଷ୍ଠ ଶିକ୍ଷକ ଗଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି । ଜିଲ୍ଲା କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ ) ସଂଘର ସଭାପତି ଶ୍ରୀ ଅଂଶୁମାନ ପାତ୍ର , ଉପ ସଭାପତି ପ୍ରତିମା ନାୟକ କୋଷାଧ୍ୟକ୍ଷ ରବିନାରାୟଣ ମେହେର ସମ୍ପାଦକ ବନିତା ସେଠୀ ଶୋଭାଯାତ୍ରା ର ନେତୃତ୍ୱ ନେବା ସହ ସମସ୍ତ ଜିଲ୍ଲା ର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର କାର୍ଯ୍ୟକର୍ତ୍ତା ଓ କନିଷ୍ଠ ଶିକ୍ଷକ ଗଣ ଏହି ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..