July 5, 2025
Home » ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

0
WhatsApp Image 2024-12-06 at 4.05.14 PM

ଭୁବନେଶ୍ବର- ପୂର୍ବତନ ବନ କର୍ମଚାରୀ ଓ ସଂସ୍କୃତବିତ ସ୍ଵର୍ଗତ ନୃସିଂହ ଚରଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ମଧୁସୂଦନ ପାର୍କ ଯୋଗ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ! ମଧୁସୂଦନ ପାର୍କ ମର୍ଣ୍ଣିଂ ୱାର୍କର୍ସ ସଂଘ ର ସଭାପତି ତଥା ବରିଷ୍ଠ ସ୍ତମ୍ଭାକାର ନିର୍ମଳ ଚନ୍ଦ୍ର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୋଗୀ ପଠାଣି ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ ! ପ୍ରାକ୍ତନ ବରିଷ୍ଠ ବନ ଅଧିକାରୀ ହର୍ଷ ବର୍ଦ୍ଧନ ଉଦ୍ଗାତା, ଶିଳ୍ପଦ୍ୟୋଗୀ ଦେବୀ ପ୍ରସାଦ ମହାପାତ୍ର, ଲମ୍ବୋଦର ପଣ୍ଡା, ପ୍ରଭାକର ସାହୁ, ରମାକାନ୍ତ ସାହୁ ପ୍ରମୂଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ !ଶ୍ରୀ ଜଗନ୍ନାଥ ଯୋଗାଳୟ ର ପ୍ରତିଷ୍ଠାତା ସଦସ୍ୟ ଭାବରେ ଯୋଗ ଶିକ୍ଷାକୁ କାର୍ଯ୍ୟକାରୀ କରିବାରେ ତାଙ୍କର ବହୁ ସହଯୋଗ ଥିଲା ବୋଲି ସଭାପତି ଶ୍ରୀ ସାମଲ ପ୍ରକାଶ କରିଥିଲେ !ପରିଶେଷରେ ଯୋଗୀ ନାରାୟଣ କର ଯୋଗ ସାଧକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Leave a Reply

Your email address will not be published. Required fields are marked *