August 27, 2025
Home » ପ୍ରଦେଶ କଂଗ୍ରେସ ପକ୍ଷରୁ ରମାଦେବୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ପ୍ରଦେଶ କଂଗ୍ରେସ ପକ୍ଷରୁ ରମାଦେବୀଙ୍କ ଶ୍ରାଦ୍ଧ ଦିବସ ପାଳିତ

0
WhatsApp Image 2025-07-23 at 3.01.47 PM (1)

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ ତାଙ୍କର ବ୍ୟକ୍ତିଗତ ଅନୁଭୂତି ଏବଂ ସାକ୍ଷାତ ରମାଦେବୀଙ୍କ ସାଥିରେ ସ୍ମରଣ କରିଥିଲେ । ସେ କହିଥିଲେ ସ୍ୱାଧୀନତା ସଂଗ୍ରାମର ମହାନ ନେତ୍ରୀଥିଲେ ରମାଦେବୀ । ବହୁବାର ଜେଲ ଯାଇଥିଲେ, ଗାନ୍ଧୀଜୀଙ୍କ ସହିତ ପଦଯାତ୍ରା କରିଥିଲେ । ସ୍ୱାଧୀନତା ପରେ ନାରୀର ଶିକ୍ଷା, ମର୍ଯ୍ୟାଦା ଓ ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲେ । ଦଳିତ, ଆଦିବାସୀ, ପତିତ ଏବଂ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ଲଢ଼େଇ କରିଥିଲେ । ଆଜିର ସାମ୍ପ୍ରତିକ ପରିସ୍ଥିତରେ ଦେଶର ମୂଲ୍ୟବୋଧର ଯେଉଁ ଅବକ୍ଷୟ ହେଉଛି, ରମାଦେବୀଙ୍କ ଜୀବନ ହେଉଛି ଆଜିର ସମାଜପାଇଁ ଦିଗଦର୍ଶନ । ସ୍ୱାଧୀନତାର ମୂଲ୍ୟବୋଧ ଆର୍ଦଶକୁ ବଂଚାଇ ରଖିବା ପାଇଁ ଏବଂ ନାରୀଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ଏବଂ ସରକାର ନିରବଦ୍ରଷ୍ଟା ହୋଇଛନ୍ତି ଏହାର ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାଲିସ ବିହୀନ ଲଢ଼େଇ ଜାରି ରଖିବ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ଦାସ ପ୍ରକାଶ କରିଥିଲେ । ସେହିପରି ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ବିଧାୟକ ସୋଫିଆ ଫିର୍ଦ୍ଦୋଶ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ରମାଦେବୀଙ୍କ ସ୍ମୃତି ଚାରଣ କରିଥିଲେ । ସଭା ପ୍ରାରମ୍ଭରେ ପିସିସି ସଭାପତିଙ୍କ ସମେତ ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ନଗେନ୍ଦ୍ର ପ୍ରଧାନ ପ୍ରମୁଖ ନେତୃବୃନ୍ଦ ରମାଦେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ରାଜୀବ ପଟ୍ଟନାୟକ, ଜ୍ୟୋତିଷ ସାହୁ, ପ୍ରାଚୀ ରାଉତରାୟ, ପ୍ରଭାତ ପ୍ରତାପ ସିଂ, ଶ୍ରୀୟା ମହାନ୍ତି, ଚୈତାଳୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ସଂକୁନା କହଁର, ଶ୍ରୀୟାସ୍ମତା ପଣ୍ଡା, କୁସୁମ ପ୍ରଧାନ, ମିହିର ଆଚାର୍ଯ୍ୟ, ବାଙ୍କନିଧି ବେହେରା, ମଂଟୁ ମଲ୍ଲିକ, ତରୁଣ ମିଶ୍ର, ନିରଞ୍ଜନ ନାୟକ, ଏମଡି ସାହାଦୁଲ୍ଲା, ଗିରିବାଳା ବେହେରା, ଶୈଳବାଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *