ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ର ସଫଳ ରୂପାୟନ ପାଇଁ ସ୍ୱତନ୍ତ୍ର ଗ୍ରାମସଭା

ସୁବର୍ଣ୍ଣପୁର:ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ର ସଫଳ ରୂପାୟନ ପାଇଁ ଗୌଡକେଲା ରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟ ରେ 21 ଜଣିଆ ଗ୍ରାମ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି। ବୀରମହାରାଜପୁର ବ୍ଲକ୍ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ସତ୍ୟନାରାୟଣ ପଧାନ ସଭା ର ଲକ୍ଷ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସରପଞ୍ଚ ଶ୍ରୀୟା କର୍ମୀ ଗୌଡକେଳା ରାଜସ୍ବ ଗ୍ରାମର ସମସ୍ତ ତଫସିଲ ଭୁକ୍ତ ଆଦିବାସୀ ବାସ କରୁଥିବା ପଡା ର ପିଇବା ପାଣି ଯୋଗାଣ,ଗ୍ରାମ୍ୟ ସଂଯୋଗୀ କରଣ, ଜୀବିକା ର ମାନବୃଦ୍ଧି,ମହିଳା ସଶକ୍ତିକରଣ, ଶିକ୍ଷା,ସ୍ବାସ୍ଥ୍ୟ, ପରିମଳ ଓ ଗୋଷ୍ଠୀ ସମସ୍ୟା , ସାମାଜିକ ସୁରକ୍ଷା ଓ ଗ୍ରାମୀଣ ଆବାସ ସମ୍ପର୍କିତ ସମସ୍ୟା ଓ ଉନ୍ନୟନ ପ୍ରସ୍ତାବ ଆଗତ କରିବାକୁ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରିଥିଲେ। ୱାର୍ଡ ସଭ୍ୟ ସୁଶାନ୍ତ ଜଗଦଲା ଓ ଗ୍ରାମବାସୀ, ରଘୁନାଥପୁର୍ର ସମସ୍ତ ପଡାବସୀ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।ବ୍ଲକ୍ ଏପିଓ ଅମୃତଂlସୁ ପାତ୍ର,ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ, ଏ ଡି ଇ ଓ ଙ୍କ ସମେତ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ବି କେ ପ ଜିଲ୍ଲା ସଭାପତି ବେଣୁଧର ଦାସ ତାଙ୍କର ମତ ମନ୍ତଵ୍ୟ ରଖି ଥିଲେ। ଗ୍ରାମ୍ୟ ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ,ମହିଳା ସ୍ବୟଂ ସହାୟିକା ଦଳ ସଭ୍ୟା ଓ ଗ୍ରାମବାସୀ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରି ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ମନୋନୀତ ଗୌଡ କେଳା ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଗଠନ ରେ ଭାଗିଦାରୀ ହୋଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…