October 23, 2025
Home » ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ,ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ,ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ

0
WhatsApp Image 2025-10-11 at 1.52.39 PM

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ,ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଯାଇଛି।ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା (PMDDKY) ଏବଂ ଜାତୀୟ ଡାଲି ମିଶନର ଶୁଭାରମ୍ଭ କାର୍ଯ୍ୟକ୍ରମ ୧୧.୧୦.୨୦୨୫ ସକାଳ ୧୦:୩୦ ସମୟରେ ନୂଆଦିଲ୍ଲୀର NASC କମ୍ପ୍ଲେକ୍ସରୁ ସିଧାପ୍ରସାରଣ କରିବା ଅବସରରେ ରାୟଗଡ଼ା ଜିଲ୍ଲାସ୍ତରୀୟ “ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା” କାର୍ଯ୍ୟକ୍ରମ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣିଙ୍କ ଉପସ୍ଥିତିରେ ରାୟଗଡ଼ର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି ।

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ,କୋରାପୁଟ ସାଂସଦଙ୍କ ପ୍ରତିନିଧି ସୁଧୀର ପଣ୍ଡା ଯୋଗ ଦେଇଥିଲେ । ଆଜିକାର କାର୍ଯ୍ୟକ୍ରମରେ ୧୦୦ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ। ଆଜିର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲି ମିଶନର ଶୁଭାରମ୍ଭ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଏବଂ ଜନସମ୍ପର୍କ ଅଧିକାରୀ, ରାୟଗଡ ଅଂଶଗ୍ରହଣ ସମେତ ଜିଲ୍ଲାର ସମସ୍ତ ବ୍ଲକର କୃଷି ଅଧିକାରୀ,ଚାଷୀ ଅଂଶଗ୍ରହଣ କରିଥିଲେ।

 

ରିପୋର୍ଟ୍: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *