ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ର ସାମାଜିକ ସମୀକ୍ଷା ଅନୁଷ୍ଠିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମ ପଂଚାୟତ ର ହରଡ଼ଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ସମିତି ତଥା ଜିଲ୍ଲାପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ମାଧ୍ୟାନ୍ନ ଭୋଜନ ଯୋଜନା ରେ ବ୍ୟବହୃତ ନଥିପତ୍ର ଯାଞ୍ଚ, ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି ରେ ସଫାସୁତୁରା ସହ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରାଯାଇଥିଲା l ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସହ ବୈଠକ ହୋଇଥିଲା l ଏଥିରେ ବୀରମହାରାଜପୁର ସାମାଜିକ ସମୀକ୍ଷକ ଚୈତନ୍ୟ କୁମାର ମଲ୍ଲିକ ସୋନପୁର ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରୀଆ ଯୋଗ ଦେଇଥିବା ବେଳେ, ହରଡ଼ଖୋଲ ଗ୍ରାମପଞ୍ଚାୟତ ର ସରପଞ୍ଚ ମୋହନ କର୍ମୀ,ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ଦାସ ଙ୍କ ସମେତ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
