ପ୍ରଫେସର ଧୁନ୍ଖୁଣ୍ଟିଆଙ୍କ ପରଲୋକ
ଭୁବନେଶ୍ୱର: ପ୍ରଫେସର ଧୁନ୍ଖୁଣ୍ଟିଆଙ୍କର ଆଜି ସକାଳେରାଜଧାନୀ ଆଇ.ଆର୍.ସି. ଭିଲେଜ, ଏନ୍-୩ ଅଞ୍ଚଳରେ ଅବସ୍ଥିତ ତାଙ୍କବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁତାଙ୍କରବୟସ ୯୦ ବର୍ଷହୋଇଥିଲା । ଶେଷସମୟରେତାଙ୍କ ନିକଟରେ ପୁତ୍ର ଯଶସ୍ୱୀ, ମନସ୍ୱୀ, ତେଜସ୍ୱୀ, ପୁତ୍ରବଧୂ, ନାତି ନାତୁଣୀ ପ୍ରଭୃତି ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଧର୍ମପୁତ୍ର ପ୍ରଫେସରଖୁଣ୍ଟିଆରାଜ୍ୟରକେତେକ ପ୍ରତିଷ୍ଠିତମହାବିଦ୍ୟାଳୟରେ ଅଧ୍ୟାପନ କରିଉଭୟଛାତ୍ର ଓ ଅଧ୍ୟାପକ ମହଲରେବେଶ୍ ପ୍ରିୟଭାଜନ ହୋଇ ପାରିଥିଲେ । ଅନ୍ୟପକ୍ଷରେ ଜଣେସରଳ, ନିଷ୍କପଟ, ବନ୍ଧୁବତ୍ସଳ, କବିଭାବରେ ମଧ୍ୟ ତାଙ୍କର ଯଥେଷ୍ଟ ସୁଖ୍ୟାତି ଥିଲା ।ଆଧୁନିକ ଓଡ଼ିଆକବିତାରାଜ୍ୟରେଶାଣିତଲେଖନୀଚାଳନାକରିଥିବା ପ୍ରଫେସରଖୁଣ୍ଟିଆ ଆକାଶବାଣୀର ମଧ୍ୟ ଜଣେସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ପ୍ରକୃତି ଓ ପ୍ରଣୟଚେତନାରେସ୍ନିଗ୍ଧ ତାଙ୍କକବିତାଗୁଡ଼ିକ ଆକୁଳ ଅରଣ୍ୟ, ବିନ୍ଦୁବିସର୍ଗ, ପୀଡ଼ିତ ପ୍ରଜାପତି, ପ୍ରୀତିରଋତୁଇତ୍ୟାଦି ପୁସ୍ତକ ଆକାରରେ ପ୍ରକାଶ ପାଇବେଶ୍ ପାଠକୀୟ ଆଦୃତି ଲାଭକରିଛି ।ଉଚ୍ଚକୋଟିର ଅଧ୍ୟାପକ ପାଇଁ ୨୦୧୯ ମସିହାରେ ନିଖିଳଭାରତଓଡ଼ିଆ ଅଧ୍ୟାପକ ସମ୍ମେଳନ ଦ୍ୱାରାସମ୍ବର୍ନ୍ଧିତ ଧୁନ୍ଖୁଣ୍ଟିଆତାଙ୍କର ଅମ୍ଳାନ ସାହିତ୍ୟକୃତ୍ତି ପାଇଁ ଅନେକ ସଂଭ୍ରାନ୍ତ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୁରସ୍କୃତହୋଇଛନ୍ତି ।ତିନିବର୍ଷତଳେ ପତ୍ନୀସୁଖଲତାଙ୍କବିୟୋଗଘଟିଥିବା ଧୁନ୍ଖୁଣ୍ଟିଆଙ୍କର ନିଜଗ୍ରାମଜଗତସିଂହପୁରଜିଲ୍ଲା ଅନ୍ତର୍ଗତ ଜୟପୁରଶ୍ମଶାନରେଶେଷକୃତ୍ୟସମ୍ପନ୍ନ କରାଯାଇଛି ।
