February 23, 2025
Home » ପ୍ରବଳ ବର୍ଷାରେ ଧୋଇନେଲା ରାସ୍ତା , ଗମନାଗମନ ରେ ବାଧାପ୍ରାପ୍ତ

ପ୍ରବଳ ବର୍ଷାରେ ଧୋଇନେଲା ରାସ୍ତା , ଗମନାଗମନ ରେ ବାଧାପ୍ରାପ୍ତ

0

ଗତକାଲି ରାତ୍ରୀ ରେ ପ୍ରବଳ ବର୍ଷାରେ ବିନିକା ବ୍ଲକ୍ ବାଉଁଶୁଣୀ ଗ୍ରାମରୁ କଇଁନ୍ତିରା ଗ୍ରାମକୁ ଯାଇଥିବା ରାସ୍ତା ବାଉଁଶୁଣୀ ଗାଁ ମୁଣ୍ଡ ବର୍ଷା ରେ ଧୋଇ ହୋଇଯାଇଛି l ଫଳରେ ଗମନାଗମନ ଠପ୍ ହୋଇଯାଇଛି l ସୂଚନା ଅନୁସାରେ ଲଘୁଚାପ ଜନିତ ବର୍ଷା ଲାଗିଥିବା ବେଳେ ଗତକାଲି ବିଳମ୍ବିତ ରାତିରୁ ତୁହାକୁ ତୁହା ବର୍ଷା ଜାରି ରହିଛି l

ଏହାର ପ୍ରଭାବରେ ଆଜି ସକାଳୁ ବାଉଁଶୁଣୀ – କଇଁନ୍ତିରା ମୁଖ୍ୟ ରାସ୍ତା ବଢ଼ିପାଣିରେ ଧୋଇହୋଇ ରାସ୍ତାରେ ବିରାଟ ଘାଇ ସୃଷ୍ଟି ହୋଇଛି l ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବାଉଁଶୁଣୀ , କଇଁନ୍ତିରl, ଫବସି ଘଣ୍ଟୋପlଳି ଗ୍ରାମକୁ ଗମନାଗମନ ପାଇଁ ରାସ୍ତା ବନ୍ଦ ହୋଇଯାଇଛି l ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ ଏହି ରାସ୍ତା ରେ ଘାଇ ସୃଷ୍ଟି ହୋଇଥିଲା l ପରେ ପ୍ରଶାସନ ପକ୍ଷରୁ ରାସ୍ତାମରାମତି କରିଥିଲେ ମଧ୍ଯ ପୁଣି ବଢ଼ି ରେ ରାସ୍ତା ଘାଇ ସୃଷ୍ଟି ହୋଇଛି l ଯଥାଶୀଘ୍ର ରାସ୍ତା କୁ ମରାମତି କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି l

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *