ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ କଟକରେ ଜିଲ୍ଲାସ୍ତରୀୟ ପ୍ରବାସୀ ଦିବସ ପାଳନ ସହ ମହାନଦୀ ଫେଷ୍ଟିଭାଲ ଉଦଘାଟିତ

କଟକ,ତା.୭-୧-୨୫ରିଖ,ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ କଟକରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ରେଭେନ୍ସା ବାଳିକା ଉଚ୍ଚ ବିଦୟାଳୟରେ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳନ ସ୍ଵରୂପ ସେମାନଙ୍କ ଉଦ୍ଧେଶ୍ୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଇକ୍ଲିଙ୍ଗ ସହ ବିଭିନ୍ନ ପ୍ରତିଯୋଗୀତା ମାନ ଅୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ କଟକରେ ନୂତନ ବାତାବରଣ ସୃଷ୍ଟି ସମ୍ବନ୍ଧରେ ଆଲୋଚନା କରି କହିଲେ ଯେ ପ୍ରବାସୀ ଭାରତୀୟଙ୍କ ଆଗମନ ତଥା ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସହରର ସମସ୍ତ ଅଞ୍ଚଳ ରାସ୍ତା ଘାଟ ଆଦି ବିଭିନ୍ନ ଚିତ୍ରକଳାରେ ସଜେଇ ହୋଇଛି।
ପରେ ପରେ ସନ୍ଧ୍ୟାରେ ସିଲଭର୍ ସିଟି ବୋଟ କ୍ଲବଠାରେ ସେମାନଙ୍କ ଉଦ୍ଦେଶ୍ୟରେ ଆଜିଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ମହାନଦୀ ଫେଷ୍ଟିଭାଲର ଆୟୋଜନ କରାଯାଇଛି।ଏଠାରେ ପାରମ୍ପାରିକ ଖାଦ୍ୟ ସହ ଉଭୟ ଓରମାସ ଓ ମିଶନ ଶକ୍ତି ମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ହସ୍ତଶିଳ୍ପ,ହସ୍ତତନ୍ତ,ପଥର ଓ ତାରକସୀ ପଦାର୍ଥ ଏବଂ ମାଣିଆବନ୍ଧ ଶାଢ଼ୀ ଆଦି ପ୍ରଦର୍ଶିତ ହୋଇଛି।ଏଥି ସହ ସାସ୍କୃତିକ କାର୍ଯ୍ଯକ୍ରମ ଜରିଆରେ ପାରମ୍ପାରିକ ନୃତ୍ୟ ପରିବେଷଣ କରାଯାଉଛି।
ଉଭୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ ସଂଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଉପସ୍ଥିତ ଥିଲେ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )