October 24, 2025
Home » ପ୍ରବାସୀ ଶ୍ରମିକ ମାନେ ସୁମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।

ପ୍ରବାସୀ ଶ୍ରମିକ ମାନେ ସୁମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।

0
WhatsApp Image 2025-09-14 at 2.20.26 PM

 

ଧର୍ମଗଡ ତାଲୁକ ଆଇନ ସେବା ସମିତି ଦ୍ୱାରା ଟିପିଗୁଡା ପଂଚାୟତ କାର୍ଯାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରବାସି ଶ୍ରମିକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଶ୍ରମିକ ଅଧିକାରୀ ପ୍ରସନ୍ନଜିତ ମାଝୀ ଅଂଶଗ୍ରହଣ କରିଥିବାବେଳେ ସମ୍ନାନିତ ଅତିଥି ଭାବରେ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର, ଓକିଲ ତଥା ତାଳୁକ ଆଇନ ସେବା ସମିତି ସଦସ୍ୟା ସଂଯୁକ୍ତା ପଣ୍ଡା, ଜନ କଲ୍ୟାଣ ଶ୍ରମିକ ସଙ୍ଘ ର ସଭାପତି ମୁପୀନ୍ଦ୍ର ସୁନାନୀ, ଉକ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ ହାତୀରାମ ଦୁର୍ଗା ପ୍ରମୁଖ ମଞ୍ଚାସିନ ହୋଇଥିଲେ।

 

ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ମାଝୀ ଉପସ୍ଥିତ ଜନସାଧାରଣ ମାନଙ୍କୁ ପ୍ରବାସୀ ଶ୍ରମିକ ମାନେ ପ୍ରବାସୀ ହେବା ସମୟରେ କଣ କଣ ସତର୍କତା ଅବଲମ୍ବନ କରିବେ ତାହା ଉପରେ କହିବା ସହିତ ସରକାରଙ୍କ ତରଫରୁ ପ୍ରବାସୀ ଶ୍ରମିକ ପାଇଁ ଦିଆଯାଉଥିବା ସରକାରୀ ଯୋଜନା ଉପରେ ଅବଗତ କରାଇଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ କହିଥିଲେ ଯେ ରାଷ୍ଟ୍ର ର ଗଠନ ରେ ଶ୍ରମିକ ମାନଙ୍କ ର ଅବଦାନ ନଗନ୍ୟ, ସେ ପ୍ରବାସୀ ଶ୍ରମିକ ମାନଙ୍କୁ ସରକାର ଙ୍କ ତରଫରୁ ଦିଆଯାଉଥିବା ବହୁ ପ୍ରକାରର କାମ ର ଲାଭ ଉଠାଇ ନିଜ ନିଜ ଗ୍ରାମର ବିକାଶ ଓ ନିଜର ତଥା ପରିବାର ର ବିକାଶ ପ୍ରତି ଦୃଷ୍ଟି ଦେବାପାଇଁ କହିଥିଲେ । ଏହି ପରିପେକ୍ଷୀରେ ଅନ୍ୟ ବକ୍ତାମାନେ ନିଜ ନିଜ ମନ୍ତବ୍ୟ ଦେଇଥିଲେ । ଶ୍ରୀମତୀ ସଂଯୁକ୍ତା ପଣ୍ଡା ଉକ୍ତ ସଭା କୁ ପରିଚାଳନା କରିଥିଲେ ଏବଂ ସରପଞ୍ଚ ଶ୍ରୀ ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା କୁ ସାଫଲ୍ୟମଣ୍ଡିତ କରିବାରେ ଉକ୍ତ ପଂଚାୟତ କର୍ମକର୍ତ୍ତା ସାହାଯ୍ୟ ଓ ସହଯୋଗ କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *