July 5, 2025
Home » ପ୍ରଶାନ୍ତ ବାବୁ ଥିଲେ ଜଣେ ସାଲିସ ବିହୀନ ଯୁବନେତା ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ ସଭା

ପ୍ରଶାନ୍ତ ବାବୁ ଥିଲେ ଜଣେ ସାଲିସ ବିହୀନ ଯୁବନେତା ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ ସଭା

0
WhatsApp Image 2024-12-19 at 4.18.31 PM

ସମସ୍ତଙ୍କ ପ୍ରିୟ ତଥା ପୁରୁଣା ଭୁବନେଶ୍ୱରର ଜନନାୟକ ଓ ବିଜୁ ପଟ୍ଟନାୟକଙ୍କ ଅତିପ୍ରିୟ ଯୁବନେତା ପ୍ରଶାନ୍ତ ମହାପାତ୍ରଙ୍କର ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଶାନ୍ତ ମହାପାତ୍ର ସ୍ମୃତି ସଂସଦ କମିଟି ପକ୍ଷରୁ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ସ୍ମୁତିଚାରଣ କରିଥିଲେ. ସେମାନେ କହିଥିଲେଯେ, ପ୍ରଶାନ୍ତ ବାବୁ ଥିଲେ ଜଣେ ସାଲିସ ବିହୀନ ଯୁବନେତା. ସେ ବିଜୁ ପଟ୍ଟନାୟକଙ୍କ ଖାସ ତଥା ପାଖ ଲୋକଥିଲେ. ନିସ୍ଵାର୍ଥପର ଭାବେ ସବୁକାମ କରୁଥୁବାରୁ ବିଜୁବାବୁ ତାଙ୍କୁ ଭଲ ପାଉଥିଲେ. ସେ ଆଜି ଆମ ପାଖରେ ନାଁହାନ୍ତି ସତ ହେଲେ ତାଙ୍କ କାର୍ଯ୍ୟ ଓ ପ୍ରେରଣା ଆମକୁ ଆକର୍ଷିତ କରିଛି. ଯାହାଫଳରେ ଆମେ ଏଠାରେ ଏକାଠି ହୋଇପାରିଛେ.ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ମୁତି ସଭାରେ ଏକାମ୍ର ବିଧାୟକ ବାବୁ ସିଂ ,ଖୋର୍ଦ୍ଧା ବିଧାୟକ ପ୍ରସାନ୍ତ ଜଗଦେବ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ବିଧାୟକ ଅନନ୍ତ ନାରାୟଣ ଜେନା,ବିଜେପି ଉପ- ସଭାପତି ଗୋଲକ ମହାପାତ୍ର, ବିଜେଡି ନେତା ଅରୂପ ପଟ୍ଟନାୟକ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, କଂଗ୍ରେସ ନେତା ବିଜୟ ପଟ୍ଟନାୟକ,ତ୍ରିପୁରାର ପୂର୍ବତନ ଶାସନ ସଚ୍ଚିବ ସଂଜୟ ପଣ୍ଡା,କର୍ପୋରେଟର ଲିଟୁ ମହାସୁପକାର, ବାବୁଲି ସମର୍ଥା, ବରିଷ୍ଠ ସାମ୍ବାଦିକ ହର ପ୍ରସାଦ ଦାସ, ବିଜୟ ମିଶ୍ର, ଆଇନୀଜୀବୀ ନିଶିକାନ୍ତ ମିଶ୍ର, ଆଲୋକ ସାହୁ ଓ ସାମ୍ବାଦିକା ମଧୁସ୍ମିତା ପରିଡା ଯୋଗ ଦେଇଥିଲେ । କମିଟିର ଅଧ୍ୟକ୍ଷ ଶ୍ରୀହର୍ଷ ହୋତା ସଭା ପରିଚାଳନା କରିଥିଲେ ଗୋପାଳ ମକଦମ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *