July 4, 2025
Home » ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରାମେଶ୍ବର ଶୈବପୀଠ, ପରିତ୍ୟକ୍ତ ପୋଖରୀ ଓ ଅସମ୍ପୂର୍ଣ୍ଣ ପାର୍କ ଭକ୍ତ ଙ୍କୁ ସ୍ୱାଗତ କରୁଛି l

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରାମେଶ୍ବର ଶୈବପୀଠ, ପରିତ୍ୟକ୍ତ ପୋଖରୀ ଓ ଅସମ୍ପୂର୍ଣ୍ଣ ପାର୍କ ଭକ୍ତ ଙ୍କୁ ସ୍ୱାଗତ କରୁଛି l

0
WhatsApp Image 2024-10-28 at 2.38.59 PM

ସୁବର୍ଣ୍ଣପୁର — ସୋନପୁର ସହରର ପବିତ୍ର ମହାନଦୀ, ତେଲ ନଦୀ ଓ କର୍ପୂର ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବହୁ ପୁରାତନ ଶୈବ ପୀଠ ରାମେଶ୍ଵର ମନ୍ଦିର ଏବେ ଅବ୍ୟବସ୍ଥା ଘେରରେ। ମନ୍ଦିର କୁ ଯାଉ ଯାଉ ମୁଖଶାଳାରେ ଥିବା ପୋଖରୀ ଟି ପରିତ୍ୟକ୍ତ ଅବସ୍ଥାରେ ଶୋଭା ପାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାର୍କ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

ଏହି ପୋଖରୀ ର ସୌନ୍ଦର୍ଯ୍ୟ କରଣ ପାଇଁ ସ୍ଥାନୀୟ ଜନସାଧାରଣ ତଥା ଭକ୍ତ ମାନେ ଦାବି କରିଛନ୍ତି। ମନ୍ଦିର କୁ ଯିବା ରାସ୍ତାଟି ପୁଣି ସର୍କିଟ ହାଉସ ଠାରୁ ଖାଲ ଖମା ରେ ଭର୍ତ୍ତି। ପୁଣ୍ୟ ମାସ ଶ୍ରାବଣ ଓ କାର୍ତ୍ତିକ ମାସରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବା ବେଳେ ସାମାନ୍ୟ ପରିସ୍ରାଗାର ଟିଏ ମଧ୍ୟ ଏଠାରେ କାର୍ଯ୍ୟକ୍ଷମ ନାହିଁ। ଏଣୁ ସ୍ଥାନୀୟ ଜନସାଧାରଣ ଓ ଭକ୍ତ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ କୁ ଘୋର ନିନ୍ଦା କରୁଛନ୍ତି

।ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *